୨୦ ବର୍ଷର ପରମ୍ପରା ଭାଙ୍ଗିଲେ ଶାହରୁଖ ଖାନ୍‌

ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ ନିକଟରେ ୫୬ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନରେ ତାଙ୍କ ପ୍ରଶଂସକ ଶାହରୁଖଙ୍କ ଟିକେ ଝଲକ ପାଇବାକୁ ସାରା ଦିନ ଅପେକ୍ଷା କରିଥିଲେ, କିନ୍ତୁ ସେ ଶାହରୁଖ ସବୁଥର ପରି ମନ୍ନତର ଟେରେସ ବାଲକୋନିକୁ ଆସି ପ୍ରଶଂସକଙ୍କୁ ଟିକେ ଧନ୍ୟବାଦ ମଧ୍ୟ ଦେଇ ନ ଥିଲେ। ଫଳରେ ୨୦ ବର୍ଷର ପରମ୍ପରା ଭାଙ୍ଗିଛି। କାରଣ ୨୦ ବର୍ଷ ହେବ ଶାହରୁଖ ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ବାଲକୋନିରୁ ଛିଡା ହୋଇ ଧନ୍ୟବାଦ ଜଣାନ୍ତି। କିନ୍ତୁ ଏଥର ସେପରି ହୋଇ ନାହିଁ। ନଭେମ୍ବର ୨ରେ ଅଧା ରାତି ପର୍ଯ୍ୟନ୍ତ ପ୍ରଶଂସକ ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଛି। ଶାହରୁଖ ନିଜ ପ୍ରଶଂସକଙ୍କୁ ଧନ୍ୟବାନ ଜଣାଇବାକୁ ଆସି ନ ଥିଲେ। ଏପରିକି ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ କିଛି ଲେଖି ନ ଥିଲେ।
ଶାହରୁଖ ଏଥର ନିଜ ଜନ୍ମଦିନରେ ବଡ ପାର୍ଟି କରି ନ ଥିଲେ। ଗତ କିଛି ଦିନ ପୁଅ ଆର୍ୟନକୁ ନେଇ ସେ ଚିନ୍ତିତ ଅଛନ୍ତି। କ୍ରୁଜ୍‌ ଡ୍ରଗ୍ସ ପାର୍ଟିରେ ଧରାପଡିବା ପରେ ଆର୍ୟନଙ୍କୁ ୨୮ ଦିନ ଜେଲ୍‌ରେ ରହିବାକୁ ପଡ଼ିଥିଲା। ଅବଶ୍ୟ ବାପାଙ୍କୁ ଜନ୍ମଦିନ ପୂର୍ବରୁ ତାଙ୍କୁ ଜାମିନ ମିଳିଥିଲା।

Share