ଫ୍ୟାନ୍ସ ଗହଳିରେ ଶାହାରୁଖଙ୍କୁ ସାମ୍ନାରେ ଦେଖି ସଲମାନଙ୍କ ଉଡିଲା ହୋସ, ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ ଖାନ ଓ ଶାହାରୁଖ ଖାନଙ୍କର ଏପରି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫେଭରେଟ ଷ୍ଟାରଙ୍କର କପି ମଧ୍ୟ କରନ୍ତି। କଥା କହିବା ଷ୍ଟାଇଲ ଠାରୁ ଆରମ୍ଭ କରି ସବୁକିଛି ତାଙ୍କ ହିରୋଙ୍କ ଠାରୁ କପି କରିଥାନ୍ତି। ତେବେ ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଲମାନଙ୍କ ସହ ଶାହାରୁଖଙ୍କ ଜଣେ ଫ୍ୟାନ୍ସ ନଜର ଆସିଛନ୍ତି। ଭିଡିଓରେ ଫ୍ୟାନ୍ସ ଜଣକ ଶାହାରୁଖଙ୍କ ଭଏସରେ କିଛି ବୋଲିବା କ୍ଷଣି ସଲମାନ ତାଙ୍କ ହସ ରୋକି ପାରୁ ନାହାନ୍ତି।

Share