ଶାହାରୁଖଙ୍କ ଫିଲ୍ମକୁ କରାଯାଉଛି ବୟକଟ, ଟ୍ରେଣ୍ଡ ହେଉଛି ‘ହାସ ବୟକଟ ପଠାନ’

ମୁମ୍ବାଇ: ବଲିଉଡ ଫିଲ୍ମକୁ ବୟକଟ କରିବାର ଟ୍ରେଣ୍ଡ ବଢିବାରେ ଲାଗିଛି । ନିକଟରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷାବନ୍ଧନ’କୁ ବୟକଟ କରାଯିବା ପରେ ଏବେ ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ’କୁ ବୟକଟ କରୁଛନ୍ତି ଦର୍ଶକେ । ଟୁଇଟରରେ ‘ହାସ ବୟକଟ ପଠାନ’ ଟ୍ରେଣ୍ଡ କରୁଛି । ହଁ ସୋସିଆଲ ମିଡିଆରେ ସୁପରଷ୍ଟାର ଶାହାରୁଖଙ୍କ ଫିଲ୍ମ ‘ପଠାନ’କୁ ବୟକଟ କରିବାକୁ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ଏହାଦ୍ୱାରା ଶାହାରୁଖଙ୍କ କମବ୍ୟାକ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଅଡୁଆରେ ପଡିଗଲାଣି ।
ଦର୍ଶକେ ଶାହାରୁଖଙ୍କ ଫିଲ୍ମକୁ କାହିଁକି ବୟକଟ କରୁଛନ୍ତି ତାହାର କିଛି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ହେଲେ କେତେଜଣ ୟୁଜର୍ସ ଏହାକୁ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଭିଜିଟ ସହ ଯୋଡିଛନ୍ତି ।

Share