‘ବାହୁବଲୀ ୨’କୁ ପଛରେ ପକାଇଲା ‘ପଠାନ୍‌

ବମ୍ବେ: ଥମିବାର ନାଁ ନେଉନାହିଁ ‘ପଠାନ୍‌’ର କ୍ରେଜ୍‌। ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମ ରିଲିଜର ୩୮ ଦିନରେ ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିଛି। ‘ବାହୁବଲୀ ୨’ର ହିନ୍ଦୀ କଲେକ୍ସନକୁ ପଛରେ ପକାଇ ‘ପଠାନ୍‌’ଟି ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ପାଲଟିଛି। ଭାରତରେ ଫିଲ୍ମ ମୋଟ ୫୨୯.୯୬ କୋଟି ଟଙ୍କା ରୋଜଗାର କରି ସାରିଲାଣି।

‘ବାହୁବଲୀ ୨’ ହିନ୍ଦୀରେ ମୋଟ ୫୧୧ କୋଟି ରୋଜଗାର କରିଥିଲା। ଏବେ ଏହାକୁ ‘ପଠାନ୍‌’ ପଛରେ ପକାଇଛି। ଶାହାରୁଖଙ୍କ ପ୍ରଶଂସକ ଏନେଇ ଖୁସିବ୍ୟକ୍ତ କରୁଛନ୍ତି। ସେହିଭଳି ବିଶ୍ୱସ୍ତରରେ ମଧ୍ୟ ‘ପଠାନ୍‌’୧୦୨୬ କୋଟି ରୋଜଗାର କରିସାରିଛି।

Share