ବମ୍ବେ: ରିଲିଜ ପରଠାରୁ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି କିଙ୍ଗ ଖାନ୍ ଶାହାରୁଖଙ୍କ ଫିଲ୍ମ ‘ପଠାନ୍। ଦେଶ ତଥା ବିଦେଶରେ ଏହା ପ୍ରଶଂସକଙ୍କ ହୃଦୟ ଜିତୁଛି। ଫଳସ୍ବରୂପ ଏହା ଭଲ ବ୍ୟବସାୟ କରୁଛି। ମାତ୍ର ଏକ ସପ୍ତାହ ଅର୍ଥାତ ସାତ ଦିନରେ ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏପରି କରି ହିନ୍ଦୀ ସିନେମା ଇତିହାସରେ ଏହା ନୂଆ ରେକର୍ଡ କରିଛି।
ତରଣ ଆଦର୍ଶଙ୍କ ରେକର୍ଡ ମୁତାବକ ପଠାନ୍ ଗୋଟିଏ ସପ୍ତାହରେ ୩୦୦ କୋଟି କଲେକ୍ସନ କରିଛି। ଏହାଛଡ଼ା ବିଶ୍ୱସ୍ତରରେ ଏହା ୫୦୦ କୋଟିରୁ ଅଧିକ ରୋଜଗାର କରି ସାରିଲାଣି। ଆଗକୁ ଫିଲ୍ମର ଟିକେଟ ଦାମ ଶସ୍ତା ହେବ ବୋଲି କୁହାଯାଉଛି।
ତେବେ ‘ପଠାନ୍’ ପୂର୍ବରୁ ବାହୁବଲୀ ୧୦ ଦିନରେ ୩୦୦ କୋଟି ରୋଜଗାର କରିଥିଲା। କେଜିଏଫ୍ ୧୧ ଦିନରେ, ଦଙ୍ଗଲ ୧୩ ଦିନରେ, ସଞ୍ଜୁ ୧୬ ଦିନରେ, ପିକେ ୧୭ ଦିନରେ, ଓ୍ବାର ୧୯ ଦିନରେ ୩୦୦ କୋଟି କଲେକ୍ସନ କରିବାର ରେକର୍ଡ ରହିଛି। ଏବେ ଶାହାରୁଖ ସବୁ ରେକର୍ଡ ଭାଙ୍ଗୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।