Posted inଖେଳ

ରାଗିଲେ ଶାହରୁଖ ଖାଁ, ପଞ୍ଜାବ କିଙ୍ଗ ମାଲିକଙ୍କ ସହିତ ହେଲା ଜୋରଦାର ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧।୮: ବୁଧବାର ବିସିସିଆଇ ମୁଖ୍ୟାଳୟରେ ସମସ୍ତ ଫ୍ରାଞ୍ଚାଇଜ ମାଲିକ ମାନଙ୍କ ବୈଠକରେ କୋଲକାତା ନାଇଟ୍ ରାଇଡର୍ସ ମାଲିକ ଶାହରୁଖ ଖାନ୍ ପଞ୍ଜାବ କିଙ୍ଗ ସହ-ମାଲିକ ନେସ୍ ୱାଡିଆଙ୍କ ସହିତ ଜୋରଦାର ବାକ୍‌ଯୁଦ୍ଧ କରିଥିବା ଏକ ରିପୋର୍ଟରୁ ଜଣ ପଡିଛି। ଖେଳାଳିମାନଙ୍କର ରଟେନସନ ସଂଖ୍ୟାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସହମତି ହୋଇ ନ ଥିଲା। ଆସନ୍ତା ସିଜିନ୍ ପୂର୍ବରୁ ଶାହରୁଖ ଖାନ ମେଗା ନିଲାମୀ ଚାହୁଁ ନ ଥିଲା ବେଳେ ନେସ୍ ୱାଡିଆ ସମ୍ପୂର୍ଣ୍ଣ ପରିବର୍ତ୍ତନ ଚାହୁଁଥିଲେ। ଏଥିସହିତ ରିପୋର୍ଟ ମୁତାବକ ସମସ୍ତ ଦଳ କମ ଖେଳାଳିଙ୍କ ନିଲାମୀ ପୂର୍ବରୁ ନିଜ ସହିତ ରଖିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଶାହରୁଖ ଖାନଙ୍କୁ ପସନ୍ଦ ଆସି ନ ଥିଲା।

ଏହି ବୈଠକରେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ କିରଣ କୁମାର ଗ୍ରାଣ୍ଡି, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ର ସଞ୍ଜୀବ ଗୋଏଙ୍କା, ଚେନ୍ନାଇ ସୁପର କିଙ୍ଗ୍ସର ରୂପା ଗୁରୁନାଥ, ସନ୍ ରାଇଜର୍ସ ହାଇଦ୍ରାବାଦର କାବ୍ୟା ମାରାନ୍ ଏବଂ ରାଜସ୍ଥାନ ରୟାଲ୍ସର ମନୋଜ ବାଦଲେ ଯୋଗ ଦେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନିତା ଅମ୍ବାନୀ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।

ଏହି ବୈଠକରେ ଇମ୍ପାକ୍ଟ ପ୍ଲେୟାର ନିୟମ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗତ ସିଜିନ୍ ବା ଚଳିତ ବର୍ଷର ଆଇପିଏଲ୍ ପରେ ବହୁ ବରିଷ୍ଠ ଖେଳାଇ ଏହି ନିୟମ ସମ୍ପର୍କରେ ସେମାନଙ୍କର ଅସନ୍ତୋଷ ପ୍ରକାଷ କରିଥିଲେ। ଏପରିକି ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ନିୟମ ସହ ଏକମତ ନ ଥିବା କହିଥିଲେ।

ଏହି ନିୟମ 2023 ସିଜିନରେ ଆରମ୍ଭ ହୋଇଥିଲା ଏବଂ ପରିସ୍ଥିତି ଉପରେ ନିର୍ଭର କରି ଟିମ୍ ଗୁଡ଼ିକୁ ଅତିରିକ୍ତ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ / ବୋଲର ବାଛିବା ପାଇଁ ଅନୁମତି ଦେଇଥାଏ। ଟି20 ଲିଗ୍ ଇତିହାସରେ ଦଶଟି ସର୍ବୋଚ୍ଚ ସ୍କୋର ମଧ୍ୟରୁ ନଅଟି ଏହି ନିୟମର ପ୍ରବର୍ତ୍ତନ ପରେ ଆସିଛି। ଏହି ନିୟମ ଦ୍ୱାରା ଦଳଗୁଡିକୁ ସ୍ଥିତିକୁ ଦୃଷ୍ଟିରେ ରଖି ଇଛା ମୁତାବକ ଖେଳାଳିଙ୍କୁ ସାମିଲ କରିବାକୁ ସ୍ୱାଧୀନତା ଦେଇଥାଏ।

ଯଦିଓ ଏହି ନିୟମ ଅଧିକ ଭାରତୀୟ, ବିଶେଷକରି ହରାଇ ଖେଳାଳିଙ୍କୁ ପ୍ରକାଶ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତଥାପି ଏହି ଗତ ସିଜିନରେ ଆଂକେ ଖେଳାଳି ଏବଂ ବିଶେଷଜ୍ଞମାନେ ଏହାକୁ ସମାଲୋଚନା କରିଥିଲେ, ”ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ସେ ଏହି ନିୟମର ବଡ଼ ପ୍ରଶଂସକ ନୁହଁନ୍ତି କାରଣ ଏହା ଦଳରେ ଅଲରାଉଣ୍ଡର ବିକାଶ କରିବାକୁ ସୁଯୋଗ ଦେଉନାହିଁ, ଯାହା ଭାରତ ପାଇଁ ଟି20 ରେ ଏକ ଗୁରୁତ୍ୱପୂର୍ଣ୍ଣ।”

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri