ଟମ୍‌ କ୍ରୁଜ-ଜ୍ୟାକି ଚ୍ୟାନଙ୍କଠାରୁ ବି ଅଧିକ ସମ୍ପତ୍ତିର ମାଲିକ ଶାହାରୁଖ; କେବଳ ଭାରତ ନୁହେଁ…

ବମ୍ବେ:ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ କ୍ରେଜ ଆଜିବି କାହିଁରେ କେତେ। ଦେଶବିଦେଶରେ ଥିବା ତାଙ୍କ ପ୍ରଶଂସକ ହେଉଛନ୍ତି ଏହାର ଉଦାହରଣ। ଲୋକପ୍ରିୟତା ଯେତିକି ଶାହାରୁଖଙ୍କ ରୋଜଗାର ମଧ୍ୟ ସେତିକି। ପରିଣାମସ୍ବରୂପ ସେ ଭାରତର ସବୁଠାରୁ ଧନୀ ଅଭିନେତା ଭାବେ ପରିଗଣିତ ହୁଅନ୍ତି। ସେହିଭଳି ବିଶ୍ୱର ଧନୀ କଳାକାର ତାଲିକାରେ ମଧ୍ୟ ସେ ସାମିଲ ଅଛନ୍ତି।

ବିଗତ ୪ ବର୍ଷ ମଧ୍ୟରେ ଶାହାରୁଖଙ୍କ ବଡ ଫିଲ୍ମ ରିଲିଜ ହୋଇନାହିଁ। ତଥାପି ସେ ଦୁନିଆର ସବୁଠୁ ଧନୀ ଅଭିନେତା ତାଲିକାରେ ଶୀର୍ଷ-୫ରେ ଅଛନ୍ତି। ତାଙ୍କ ସମ୍ପତ୍ତି ଟମ୍‌ କ୍ରୁଜ ଏବଂ ଜ୍ୟାକି ଚ୍ୟାନଙ୍କ ଭଳି ଲୋକପ୍ରିୟ ଅଭିନେତାଙ୍କଠାରୁ ମଧ୍ୟ ଅଧିକ। ଜେରୀ ସେନଫେଲ୍ଡ, ଟାଇଲର ପେରି ଏବଂ ‘ଦ ରକ୍‌’ ଡଓ୍ବେନ ଜନସନଙ୍କ ପରେ ଶାହାରୁଖ ଦୁନିଆର ଚତୁର୍ଥ ଧନୀ ଅଭିନେତା।

ଟୁଇଟରରେ ଓ୍ବାଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍ସ ଦ୍ୱାରା ପ୍ରକାଶିତ ‘ଦୁନିଆର ସବୁଠାରୁ ଧନୀ ଅଭିନେତା’ ତାଲିକା ଅନୁଯାୟୀ ଶାହାରୁଖ ଏକମାତ୍ର ଭାରତୀୟ ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୭୭୦ ମିଲିୟନ ଡଲାର୍‌ ଅର୍ଥାତ ୬୩୦୬ କୋଟି ଟଙ୍କା।

Share