ଶାହରୁଖଙ୍କ ୮ ପ୍ୟାକ୍‌ ଆବ୍‌ସ

ବଲିଉଡର କିଙ୍ଗ ଶାହାରୁଖ ଖାନ ଯେକୌଣସି କାମ କଲେ, ତାକୁ ନେଇ ଚର୍ଚ୍ଚା ସବୁଠି ହୁଏ। ଆଜିକାଲି ଅଭିନେତା ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ବ୍ୟସ୍ତ ଅଛନ୍ତି। ଏହି ସବୟରେ ସେ ସୋସିଆଲ ମିଡିଆରେ ଏକ ଶର୍ଟଲେସ୍‌ ଫଟୋ ଶେୟାର କରିଥିଲେ। ଫଟୋରେ ସେ ୮ ପ୍ୟାକ୍ସ ଆବ୍‌ସ ଦେଖାଉଥିବା ନଜର ଆସିଛନ୍ତି। ଶାହାରୁଖଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୮ ପ୍ୟାକ୍ସ ଆବ୍‌ସ ସାଙ୍ଗକୁ ବଡ କେଶ ଦେଖି ତାଙ୍କୁ ପ୍ରଶଂସା କରୁଛନ୍ତି ଦର୍ଶକ। ଏହି ଲୁକ୍‌ ତାଙ୍କ ଫିଲ୍ମ ‘ପଠାନ’ର ବୋଲି କୁହାଯାଉଛି।
ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଶାହାରୁଖ ଖାନ ଏକ ଜବରଦସ୍ତ କ୍ୟାପସନ ଲେଖିଛନ୍ତି। କିଙ୍ଗ ଖାନ ଲେଖିଛନ୍ତି- ଆଜି ମୁଁ ମୋର ସାର୍ଟକୁ: ଯଦି ତୁମେ ଥାନ୍ତ କେମିତି ହୋଇଥାନ୍ତା… ତୁମେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତ, ତୁମେ ଏହି ଜିନିଷରେ କେତେ ହସିଥାନ୍ତ… ଯଦି ତୁମେ ସେଠାରେ ଥାଆନ୍ତ, ଏହା ଘଟିଥାନ୍ତା। ମୁଁ ‘ପଠାନ’କୁ ଅପେକ୍ଷା କରିଛି
ଶାହାରୁଖଙ୍କ ଫିଲ୍ମ ପଠାନ ଆସନ୍ତା ବର୍ଷ ଅର୍ଥାତ ଜାନୁୟାରୀ ୨୫, ୨୦୨୩ରେ ମୁକ୍ତିଲାଭ କରିବ। ଶାହାରୁଖଙ୍କ ବ୍ୟତୀତ ଏଥିରେ ଦୀପିକା ପାଦୁକୋନ ଅଭିନୟ କରିଛନ୍ତି।

Share