ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଜେଲ୍‌ କଲେ ଶାହରୁଖ

ଅଭିନେତା ଶାହରୁଖ ଖାନ୍‌ ପୁଅ ଆର୍ୟନ କ୍ରୁଜ ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି। ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଶାହାରୁଖ ମୁମ୍ବାଇର ଆର୍ଥର ରୋଡ ଜେଲ ନିକଟରେ ପହଞ୍ଚିଥିଲେ। ପୁଅକୁ ଭେଟିବା ପରେ ଶାହାରୁଖ ୧୫ ମିନିଟ କଥା ହୋଇଥିଲେ। ଶାହରୁଖ ଜେଲରୁ ବାହାରିବା ସମୟରେ ଗଣମାଧ୍ୟମ ସହ କଥା ହେବାକୁ ମନା କରିଥିଲେ। ବୁଧବାର ସେସନ୍ସ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତ ଭାବେ ଆର୍ୟନଙ୍କ ଜାମିନକୁ ବିରୋଧ କରୁଛି। ଏନସିବିର ସମସ୍ତ ଯୁକ୍ତି ମୁଖ୍ୟତଃ ହ୍ବାଟସ୍‌ଆପ ଚାଟ ଉପରେ ଆଧାରିତ। ଏବେ ଆର୍ୟନଙ୍କ ଓକିଲ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।

Share