‘ଯବାନ’ର ମ୍ୟୁଜିକ ରାଇଟ୍ସ ପାଇଁ ହେଲା ୩୬ କୋଟିର ଡିଲ, ଭାଙ୍ଗିଲା ସବୁ ରେକର୍ଡ

ମୁମ୍ବାଇ: ଶାହାରୁଖ ଖାଁଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ଯବାନ’ର ମ୍ୟୁଜିକ ରାଇଟ୍ସକୁ ମ୍ୟୁଜିକ ଲେବଲ ଟି-ସିରିଜ ୩୬ କୋଟିର ଭାରି ଡିଲ ସହ କ୍ରୟ କରିଛି। ଏହି ଫିଲ୍ମର ମ୍ୟୁଜିକ ରାଇଟ୍ସକୁ କିଣିବାକୁ ବଡଧରଣର କମ୍ପିଟିଶନ ଥିଲା, ହେଲେ ଟି-ସିରିଜ ଏଥିରେ ସଫଳ ହୋଇଛି। ଏହି ମୁଭିରେ ଶାହାରୁଖଙ୍କ ସହ ନୟନତାରା ଓ ବିଜୟ ସେତୁପତି ବି ମୁଖ୍ୟ ଭୂମିକାରେ ନଜର ଆସିବେ।

‘ଯବାନ’ର ମ୍ୟୁଜିକ ରାଇଟ୍ସ ୩୬ କୋଟି ଟଙ୍କାରେ ଜବରଦସ୍ତ ଡିଲ କରି ଇଣ୍ଡଷ୍ଟ୍ରିର ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଏହା ଶାହାରୁଖ ଖାଁଙ୍କ ବେଜୋଡ ଷ୍ଟାର ପାଓ୍ବାର ଯୋଗୁ ସମ୍ଭବ ହୋଇଥିବା କୁହାଯାଉଛି।
ଫିଲ୍ମ ବହୁ ପୂର୍ବରୁ ସିନେ ପ୍ରେମିଙ୍କ ଦିଲରେ ଜବରଦସ୍ତ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏବେ ଏହାର ନୂଆ ଡିଲକୁ ନେଇ ମୁଭିଟି ସାରା ଦେଶରେ ଚର୍ଚ୍ଚାକୁ ଆସିଯାଇଛି। ଇମୋଶନ, ଆକ୍ସନ ଓ ମନୋରଞ୍ଜକ କାହାଣୀରେ ଭରପୁର ଏହି ରୋମାଞ୍ଚକ ଫିଲ୍ମ ସେପ୍ଟେମ୍ବର ୭ରେ ରିଲିଜ ହେବ।

Share