ପୁଣି ପରଦାରେ ଏକାଠି ନଜର ଆସିବେ ଶାହରୁଖ-କାଜୋଲ

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ କାଜୋଲ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡି ଭାବେ ପରିଚିତ। ଆଜି ବି ୯୦ ଦଶକର ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆଁ ଜାୟେଙ୍ଗେ’ରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ମନେ ରଖିଛନ୍ତି। ୭ ବର୍ଷ ପରେ କାଜୋଲ ଏବଂ ଶାହାରୁଖଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। କରଣ ଜୋହରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାଣୀ’ରେ ଉଭୟଙ୍କୁ କାଷ୍ଟ୍‌ କରାଯିବ। ଯଦିଓ ଫିଲ୍ମରେ ଶାହାରୁଖ ଏବଂ କାଜୋଲଙ୍କର ଛୋଟ ଭୂମିକା ରହିବ, କିନ୍ତୁ ଦର୍ଶକ ଉଭୟଙ୍କୁ ଏକାଠି ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାବ୍ୟତୀତ ଜୟା ବଚ୍ଚନ, ଶବାନା ଆଜମୀ ଏବଂ ଧର୍ମେନ୍ଦ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଖୁବଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ। କୁହାଯାଉଛି ଯେ ଏହି ଫିଲ୍ମର ଶୁଟିଂ କେବଳ ମୁମ୍ବାଇରେ କରାଯିବ।
ଏହାପୂର୍ବରୁ ଶାହାରୁଖ ଏବଂ କାଜୋଲ ଦୁହେଁ ଶେଷ ଥର ପାଇଁ ୨୦୧୫ରେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଦିଲୱାଲେ’ରେ ନଜର ଆସିଥିଲେ। କାଜୋଲ ଖୁବଶୀଘ୍ର ନିର୍ଦ୍ଦେଶକ ରେବତିଙ୍କ ଆଗାମୀ ଫିଲ୍ମ ‘ଦ ଲାଷ୍ଟ ହୁରାହ’ରେ ନଜର ଆସିବେ। ଏଥି ସହିତ ଶାହାରୁଖ ତାଙ୍କ ଫିଲ୍ମ ‘ପଠାନ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ତାଙ୍କୁ ରାଜକୁମାର ହିରାନୀଙ୍କ ଫିଲ୍ମ ଡଙ୍କିରେ ଦେଖିବାକୁ ମିଳିବ।

Share