ରିଲିଜ୍‌ ପୂର୍ବରୁ ଫିଲ୍ମରେ ହେଲା ପରିବର୍ତ୍ତନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’ର ରିଲିଜ୍‌ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ସେତିକି ଉତ୍ସାହିତ ଅଛନ୍ତି। ‘ଜୱାନ’ର ଟ୍ରେଲର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାକୁ ଯାଉଛି। ଏହି ସମୟରେ ସେନ୍ସର ବୋର୍ଡ ଫିଲ୍ମକୁ ୟୁଏ ସାର୍ଟିଫିକେଟ ସହିତ ପାସ କରିଛି। ଏହାର ଅର୍ଥ ହେଉଛି ଏହାକୁ ସବୁ ବୟସର ଲୋକମାନେ ଦେଖିପାରିବେ। ତଥାପି,କୌଣସି ପ୍ରକାରର ଘଟଣାକୁ ଦୃଷ୍ଟିରେ ରଖି ବୋର୍ଡ କିଛି କଟ ପରେ ଫିଲ୍ମକୁ ୟୁଏ ସାର୍ଟିଫିକେଟ ଦେଇଛି।

‘ପଠାନ’ ପରେ କିଙ୍ଗ୍‌ ଖାନ ବର୍ତ୍ତମାନ ଦର୍ଶକଙ୍କୁ ‘ଜୱାନ’ ଭାବରେ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଫିଲ୍ମରେ କିଛି ପରିବର୍ତ୍ତନ କରାଯାଇଛି। ଗୋଟିଏ ନୁହେଁ, ଚଳଚ୍ଚିତ୍ରରେ ସାତୋଟି ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ଫିଲ୍ମର କିଛି ଡାଇଲଗ୍‌କୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଫିଲ୍ମର ଟ୍ରେଲର ଖୁବ୍‌ଶୀଘ୍ର ରିଲିଜ ହେବ। ବର୍ତ୍ତମାନ ୟୁଏ ସାର୍ଟିଫିକେଟ ପାଇବା ପରେ ଫିଲ୍ମ ରିଲିଜ୍‌ ହେବାର ରାସ୍ତା ସଫା ହୋଇଯାଇଛି, କିନ୍ତୁ ୧୨ବର୍ଷରୁ କମ୍‌ ପିଲାମାନଙ୍କୁ ତାଙ୍କ ମା-ବାପାଙ୍କ ମାର୍ଗଦର୍ଶନରେ ଏହି ଫିଲ୍ମ ଦେଖିପାରିବେ। ଏହି ପରିପ୍ରେକ୍ଷୀରେ ଫିଲ୍ମର କିଛି ଦୃଶ୍ୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାର ସମୟ ମଧ୍ୟ ହ୍ରାସ କରାଯାଇଛି।

Share