ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର, ପରେ କରିଥିଲେ ପରିବର୍ତ୍ତନ; ଜାଣନ୍ତି କାହିଁକି

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଏକ ସାକ୍ଷାତକାରରେ ତାଙ୍କ ପିଲାଦିନର ନାଁ ବିଷୟରେ କହିଥିଲେ। ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର ରେହମାନ। ଏହି ନାମ  ତାଙ୍କ ଜେଜେମା ଦେଇଥିଲେ। ଯଦିଓ ଏହି ନାମ କେବେ ପଞ୍ଜୀକୃତ ହୋଇ ନ ଥିଲା। ଏହା ପରେ ପିତା ତାଙ୍କ ନାମ ଶାହାରୁଖ ଖାନରେ ପରିବର୍ତ୍ତନ କରିଥିଲେ।

ଶାହାରୁଖ ଅନୁପମ ଖେରଙ୍କ ସାକ୍ଷାତକାରରେ କହିଥିଲେ, ତାଙ୍କ ପିଲାଦିନର ନାମ ଅବଦୁର ରେହମାନ। ତାଙ୍କ ଜେଜେମା ଚାହୁଁଥିଲେ ଶାହାରୁଖଙ୍କ ନାଁ ଅବଦୁର ରେହମାନ ରହୁ। ଯଦିଓ ଏହି ନାମ କୌଣସି ସ୍ଥାନରେ ପଞ୍ଜୀକୃତ ହୋଇନାହିଁ। ଶାହାରୁଖ କୁହନ୍ତି, ମୁଁ ବର୍ତ୍ତମାନ ଅଜବ ଅନୁଭବ କରୁଛି। ଅବଦୁର ରେହମାନ ଭାବନ୍ତୁ।

ଶାହାରୁଖ ଖାନ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ତାଙ୍କୁ ପିଲାଦିନେ ଏହି ନାମରେ ଥଟ୍ଟା କରୁଥିଲେ। ତାଙ୍କ ସାଙ୍ଗମାନେ କୁହନ୍ତି, ତୁମେ ଯେତେବେଳେ ବିବାହ କରିବ, ଆମେ ‘ଅବଦୁର ରହେମାନିଆ’ ଗୀତ ଗାଇବୁ।

ଏ ତ ଗଲା ଶାହାରୁଖଙ୍କ ପିଲାଦିନର ନାଁ ସମ୍ପର୍କରେ। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା କହିବା ତେବେ ସେ ଖୁବ୍‌ଶୀଘ୍ର ଫିଲ୍ମ ‘ପୃଥ୍ବୀ’ରେ ନଜର ଆସିବେ। ଏହା ଏକ ଗୁପ୍ତଚର ଭିତ୍ତିକ ଫିଲ୍ମ। ତାଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ ଆବ୍ର।ହମଙ୍କର ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ବ୍ୟତୀତ ସେ ରାଜକୁମାର ହିରାନୀ ଏବଂ ସାଉଥ୍‌ର ନିର୍ଦ୍ଦେଶକଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share