ବମ୍ବେ: ଆଜିକାଲି ଚର୍ଚ୍ଚାରେ ରହିଛି ବଲିଉଡ୍ ଅଭିନେତା ଶାହାରୁଖ ଖାଁ ଏବଂ ଦୀପିକା ପାଦ୍ୟୁକୋନ୍ ଅଭିନୀତ ଫିଲ୍ମ ‘ପଠାନ୍’। ବିଶେଷକରି ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ଗୁରୁବାର ଫିଲ୍ମରେ ପରିବର୍ତ୍ତନ କରିବାର ଆଦେଶ ଦେଇଥିଲା ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ। ଗୋଟିଏ ପଟେ ଫିଲ୍ମଟି ଦେଶରେ ବିବାଦ ଘେରରେ ଥିବା ବେଳେ ବିଦେଶରେ କିନ୍ତୁ ଫିଲ୍ମକୁ ନେଇ କ୍ରେଜ୍ ଦେଖିବାକୁ ମିଳିଛି।
‘ପଠାନ୍’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଡିସେମ୍ବର ୨୮ରେ ଜର୍ମାନୀରେ ଫିଲ୍ମର ବୁକିଂ ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ୭ ସିନେମାହଲ୍ର ସମସ୍ତ ଟିକେଟ ବିକ୍ରି ହୋଇ ଯାଇଛି। ଏଥିରୁ ଫିଲ୍ମର କ୍ରେଜ୍ ସ୍ପଷ୍ଟ ହୋଇଛି।
Advance booking in overseas has begun in Germany for #Pathaan & it’s madness all over !!
Berlin, Hamburg-Dammtor, Hamburg-Harburg, Offenbach are almost housefull.
25th Jan 2023 – The King of Overseas is coming y’all 🥵🔥 pic.twitter.com/rYsJU30HVs
— AMAAN (@amaan0409) December 28, 2022
କିଛି ଦିନ ପୂର୍ବେ ‘ପଠାନ୍’ର ଟିଜର ରିଲିଜ ହୋଇଥିଲା। ହେଲେ ଏହାର ଟ୍ରେଲର ରିଲିଜ କରାଯାଇନାହିଁ। ତେବେ ଫିଲ୍ମଟି ୨୦୨୩ ଜାନୁୟାରୀ ୨୫ରେ ପରଦାକୁ ଆସିବ।