ପ୍ରଥମ ଦିନ ଏତିକି ଟଙ୍କା ରୋଜଗାର କଲା ‘ପଠାନ୍‌’

ବଲିଉଡ ଫିଲ୍ମ ‘ପଠାନ୍‌’ର କ୍ରେଜ ଏବେ ସବୁଠି ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବୁଧବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ‘ପଠାନ’ ଦର୍ଶକଙ୍କଠାରୁ ଜବରଦସ୍ତ ରେସପନ୍ସ ପାଇଛି। ଫିଲ୍ମଟି ପ୍ରଥମ ଦିନ ବକ୍ସ ଅଫିସରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏହି ଫିଲ୍ମ ପ୍ରଥମ ଦିନ ରୋଜଗାରରେ ଅନେକ ରେକର୍ଡ ଭାଙ୍ଗିଛି। ଦକ୍ଷିଣ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ବାହୁବଲୀ ୨’କୁ ବକ୍ସ ଅଫିସ ସଂଗ୍ରହରେ ପଛରେ ପକାଇଦେଇଛି।
ବଲିଉଡ ହଙ୍ଗାମାଙ୍କ ରିପୋର୍ଟ ଅନୁଯାୟୀ, ୨୦୧୭ରେ ମୁକ୍ତିଲାଭ କରିଥିବା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ‘ବାହୁବଲୀ ୨’ ରିଲିଜ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ୪୧ କୋଟି ଟଙ୍କା ସଂଗ୍ରହ କରିଥିଲା। ଶାହରୁଖଙ୍କ ‘ପଠାନ’ ପ୍ରଥମ ଦିନରେ ୫୧-୫୨ କୋଟି ଟଙ୍କା ରୋଜଗାର କରିଛି। ପ୍ରଥମ ସପ୍ତାହ ଶେଷରେ ଫିଲ୍ମଟି ଆହୁରି ରେକର୍ଡ ସୃଷ୍ଟି କରିବ ବୋଲି ଆଶା ରହିଛି।

ଅଭିନେତା ଶାହରୁଖ ଖାନ, ଜନ ଅବ୍ରାହମ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ଜାନୁଆରୀ ୨୫ ରିଲିଜ ହୋଇଛି। ଏହାପୂର୍ବରୁ ଫିଲ୍ମର ଗୀତ ‘ବେସରମ ରଙ୍ଗ ଏବଂ ଝୁମ ଜୋ ପଠାନ’ ରିଲିଜ ହୋଇଥିଲା, ଯାହାକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ।

 

 

Share