ପାକିସ୍ତାନ ପହଞ୍ଚିଲା ଶାହାରୁଖଙ୍କ ‘ପଠାନ’

ମୁମ୍ବାଇ: ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ପଠାନ’ ବକ୍ସ ଅଫିସରେ ଖୁବ ଭଲ କଲେକସନ କରିଛି । ସାରା ବିଶ୍ୱରେ ଏହା ୬୦୦ କୋଟି ଆୟ କରିସାରିଲାଣି । ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ବ୍ୟାନ ପରେ ବି ପାକିସ୍ତାନର କରାଚିରେ ଡିଫେନ୍ସ ହାଉସିଂ ଅଥରିଟିରେ ବେଆଇନ ଭାବେ ଶାହାରୁଖ ଖାଁଙ୍କ ମୁଭି ‘ପଠାନ’ ସ୍କ୍ରିନିଂ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୋ’ର ସମସ୍ତ ଟିକେଟ ଖୁବଶୀଘ୍ର ବିକ୍ରି ହୋଇଯାଇଛି ।
ସୂଚନାଯୋଗ୍ୟ, ଗତ ୪ ବର୍ଷ ହେବ ପାକିସ୍ତାନରେ ବଲିଉଡ ଫିଲ୍ମକୁ ବ୍ୟାନ କରାଯାଇଛି । ୨୦୧୯ରେ ଭାରତ ଦ୍ୱାରା ପାକିସ୍ତାନି ଏୟାର ସ୍ପେଶ ଉପଲବ୍ଧ ପରେ ମୁଭି ଥିଏଟର୍ସକୁ ରିପ୍ରେଜେଣ୍ଟ କରୁଥିବା ଟ୍ରେଣ୍ଡ ଗ୍ରୁପ ନିଷ୍ପତ୍ତି ନେଇଥିଲେ କି ବଲିଉଡ ମୁଭି ପାକିସ୍ତାନରେ ଚାଲିପାରିବ ନାହିଁ । ୪ ବର୍ଷ ମଧ୍ୟରେ ଗୋଟିଏ ବି ବଲିଉଡ ମୁଭି ପାକିସ୍ତାନରେ ରିଲିଜ୍ କରାଯାଇ ନାହିଁ ।
କୁହାଯାଉଛି କି ଫାୟରୱାର୍କ ଇଭେଣ୍ଟସ ନାମକ କମ୍ପାନୀ ‘ପଠାନ’ ଫିଲ୍ମର ସ୍କ୍ରିନିଂ କରିଛି । ସେ ଫେସବୁକରେ ଏକ ପୋଷ୍ଟ ଶେୟାର କରିଛି କି ଟିକେଟ ୯୦୦ ଟଙ୍କାରେ ବିକ୍ରି କରାଯାଉଛି । ଡନର ସୂଚନା ଅନୁଯାୟୀ, ଶନିବାର ପାଇଁ ‘ପଠାନ’ର ସମସ୍ତ ଟିକେଟ ବିକ୍ରି ସରିଛି । ଏବେ ଏହି ପୋଷ୍ଟକୁ ହଟାଇ ଦିଆଯାଇଛି । ରିପୋର୍ଟରେ କୁହାଯାଇଛି କି ‘ପଠାନ’ ଟିକେଟର ଡିମାଣ୍ଡ ଏତେ ଅଧିକ ରହିଛି ଯେ ରବିବାର ପାଇଁ ଆଉ ଦୁଇଟି ଶୋ ଯୋଡି ହୋଇଯାଇଛି ।

Share