ଶାହାରୁଖଙ୍କ ପ୍ରଶଂସକଙ୍କର ଅପେକ୍ଷାର ହେଲା ଅନ୍ତ

ମୁମ୍ବାଇ: ଶାହାରୁକ ଖାଁ, ଦୀପିକା ପାଦୁକୋନ ଓ ଜନ ଅବ୍ରାହମ ଷ୍ଟାରର ବର୍ଷ ୨୦୨୩ର ପ୍ରଥମ ବ୍ଲକ ବୁଷ୍ଟର ମୁଭି ‘ପଠାନ’ ରିଲିଜ ହେବାର ୭ ସପ୍ତାହ ହୋଇଗଲାଣି । ଏତେଦିନ ପରେ ବି ଏହି ମୁଭି ବକ୍ସ ଅଫିସରେ ରାଜ କରୁଛି । ସ୍ପାଇ-ଥ୍ରିଲର ଫିଲ୍ମର ଟିକେଟ ଖୁବ୍ ବିକ୍ରି ହୋଇ ରେକର୍ଡ କରିଛି । ଏବେ ଏହି ଫିଲ୍ମକୁ ଓଟିଟିରେ ରିଲିଜ ହେବାକୁ ଉତ୍ସୁକତାର ସହ ଅପେକ୍ଷା ରଖିଥିବା ଫ୍ୟାନ୍ସଙ୍କ ପାଇଁ ଏବେ ଖୁସି ଖବର ଆସିଛି । ସୂଚନାଯୋଗ୍ୟ, ‘ପଠାନ’ ୨୨ ମାର୍ଚ୍ଚ ୨୦୨୩ରେ ଡିଜିଟାଲ ଫ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

ଶାହାରୁଖ ଖାଁଙ୍କ କମବ୍ୟାକ ବ୍ଲକବୁଷ୍ଟର ମୁଭି ୨ ଜାନୁୟାରୀ ୨୦୨୩ରେ ସିନେମା ହଲରେ ରିଲିଜ ହୋଇଥିଲା । ଫିଲ୍ମର ପ୍ରିମିୟର ୨୨ ମାର୍ଚ୍ଚରେ ଓଟିଟି ପ୍ଲାଟଫର୍ମରେ ପ୍ରାଇମ ଭିଡିଓରେ ଆସିବ । ଏହାକୁ ନେଇ ପ୍ରାଇମ ଭିଡିଓ ତା’ର ଇନଷ୍ଟାଗ୍ରାମ ପେଜରେ ଫିଲ୍ମର ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛି । ଏଥିରେ ଲେଖାଯାଇଛି, ଆମକୁ ପାଣିପାଗରେ ପରିବର୍ତ୍ତନର ଆଭାସ ମିଳୁଛି, ଆଖିର ‘ପଠାନ’ ଆସୁଛି! ପଠାନ ପ୍ରାଇମ ଭିଡିଓରେ ୨୨ ମାର୍ଚ୍ଚ ହିନ୍ଦୀ, ତାମିଲ ଓ ତେଲୁଗୁରେ ଆସିବ ।
‘ପଠାନ’ର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଇଥିବା ବେଳେ ଏହାର ପ୍ରଯୋଜନା କରିଛି ୟଶରାଜ ଫିଲ୍ମସ । କେବଳ ଘରୋଇ ଅଡିଅନ୍ସ ନୁହେଁ ଗ୍ଲୋବାଲି ଏହା ଦର୍ଶକଙ୍କୁ ବେଶ ମନୋରଞ୍ଜନ ଦେଇପାରିଛି । ଏବେ ଏହି ମୁଭି ଐତିହାସିକ ବକ୍ସ ଅଫିସ ନମ୍ବର କରିଛି । ତେବେ ଫିଲ୍ମର ଡିଲିଟ ହୋଇଥିବା ସିନ ଓଟିଟି ଭର୍ସନରେ ଦେଖାଯାଇପାରେ ବୋଲି ନିର୍ଦ୍ଦେଶକ ସିଦ୍ଧାର୍ଥ ନିକଟରେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।

Share