‘ପଠାନ୍‌’ ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ: କ୍ୱାରାଣ୍ଟାଇନ୍‌ରେ ରହିଲେ କିଙ୍ଗ୍‌ ଖାନ୍‌

ବମ୍ବେ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଚଳଚ୍ଚିତ୍ର ‘ପଠାନ୍‌’ର ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ। ଏକାଥରେ ୪୦ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଶୁଟିଂକୁ ରୋକି ଦିଆଯାଇଛି। ଶାହାରୁଖ ମଧ୍ୟ ନିଜକୁ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି।

ଦୁବାଇରେ ଫିଲ୍ମର ଅଧିକାଂଶ ଭାଗ ଶୁଟିଂ ହୋଇଥିଲା। ଗତ ଏକ ମାସ ଧରି ମୁମ୍ବାଇରେ ଏହାର ବାକି ଅଂଶର ଶୁଟି ଚାଲିଥିଲା। ହେଲେ ଏବେ ସଂକ୍ରମଣ ହେବା ପରେ ସବୁକିଛିକୁ ରୋକି ଦିଆଯାଇଛି।

ଯଶରାଜ ଫିଲ୍ମ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ ସଫେଇ ଦିଆଯାଇଛି। ପୁରା ଟିମ୍‌ ବାୟୋ ବବଲରେ ଶୁଟିଂ କରୁଛି। ଶେଟ୍‌ରେ କଳାକାରଙ୍କ ସହ ସମସ୍ତ ସଦସ୍ୟଙ୍କ ଟେଷ୍ଟ ହେଉଛି। ସେମାନଙ୍କୁ ସେଟ୍‌ରୁ ସିଧା ହୋଟେଲ ନିଆଯାଉଥିବା ବୋଲି କୁହାଯାଇଛି। ଏବେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ଆସିବା ପରେ ପୁଣି ଥରେ ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଇଛି।

Share