ଟାଇମ ୧୦୦ର ଶୀର୍ଷ ତାଲିକାରେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ‘ପଠାନ୍‌’ସାରା ଦେଶରେ ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହରୁଖ ନିଜ ନାଁକୁ ଟାଇମ ୧୦୦ତାଲିକାର ଶୀର୍ଷରେ ସ୍ଥାନିତ କରିଛନ୍ତି। କେବଳ ଏତିକି ନୁହେଁ, ସେ ଫୁଟବଲ ଖେଳାଳି ଲିଓନେଲ ମେସି, ପ୍ରିନ୍ସ ହ୍ୟାରି, ମେଗମ ମାର୍କଲେଙ୍କ ପରି ଭେଟେରାନମାନଙ୍କୁ ମଧ୍ୟ ପଛରେ ପକାଇଛନ୍ତି।

ଟାଇମ ମାଗାଜିନ୍‌ ମୋଷ୍ଟ ଇନ୍‌ଫ୍ଲୁଏନସିଆଲ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ଶାହରୁଖ ଖାନ ଶୀର୍ଷରେ ରହିଛନ୍ତି। ପାଠକମାନଙ୍କ ଦ୍ୱାରା ଦିଆଯାଇଥିବା ଭୋଟ ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ଆମେରିକୀୟ ପ୍ରକାଶନ ଅନୁଯାୟୀ, ଚଳିତ ବର୍ଷ ୧.୨ ମିଲିୟନ ଅର୍ଥାତ୍‌ ୧୨ଲକ୍ଷ ଭୋଟ ଦେଇଛନ୍ତି, ଯେଉଁଥିରେ ଶାହରୁଖ ଖାନ ସର୍ବାଧିକ ୪ ପ୍ରତିଶତ ଭୋଟ ପାଇଛନ୍ତି।

ଏହି ତାଲିକାର ଦ୍ୱିିତୀୟ ସ୍ଥାନରେ ଇରାନୀୟ ମହିଳା ମହସା ଆମିନୀ ଅଛନ୍ତି। ଯିଏକି ତାଙ୍କ ଦେଶରେ ଇସଲାମିକ ମୌଳିକତା ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ମହସାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ୩ ପ୍ରତିଶତ ଭୋଟ ମିଳିଥିଲା। ସେହିପରି ୧.୯ ପ୍ରତିଶତ ଭୋଟ ସହିତ ତୃତୀୟ ସ୍ଥାନରେ ପ୍ରିନ୍ସ ହ୍ୟାରି ଏବଂ ଚତୁର୍ଥ ସ୍ଥାନରେ ପ୍ରିନ୍ସ ହ୍ୟାରିଙ୍କ ସ୍ତ୍ରୀ ମେଗମ ମାର୍କଲ। ଏଥି ସହିତ, ପାଞ୍ଚ ନମ୍ବରରେ ଫୁଟବଲ ଖେଳାଳି ଲିଓନେଲ ମେସି ଅଛନ୍ତି, ଯିଏ ୧.୮ ପ୍ରତିଶତ ଭୋଟ ପାଇଛନ୍ତି।

Share