ବଡ଼ ପୁଅ ଆର୍ଯ୍ୟନକୁ ଭୁଲି ଯାଇଥିଲେ ଶାହାରୁଖ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଏବଂ ସ୍ତ୍ରୀ ଗୌରୀ ଅକ୍ଟୋବର ୨୯ରେ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡିକୁ ବେଷ୍ଟ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଶାହାରୁଖ୍‌-ଗୌରୀଙ୍କର ୩ ସନ୍ତାନ ଆର୍ଯ୍ୟନ, ସୁହାନା ଏବଂ ଅବରାମ ରହିଛନ୍ତି। ତେବେ ବଡ଼ ପୁଅ ଆର୍ଯ୍ୟନ ଜନ୍ମ ସମୟରେ ଶାହାରୁଖ୍‌ କିଛି ସମୟ ପାଇଁ ପୁଅକୁ ଭୁଲି ଯାଇଥିଲେ। ଏକ ସାକ୍ଷାତକାରେ ନିଜେ ଶାହାରୁଖ୍‌ ଏପରି କହିଥିଲେ। ସେ କହିଥିଲେ ଯେ, ଶାହାରୁଖ୍‌ ତାଙ୍କ ମା’ବାପାଙ୍କୁ ହସ୍ପିଟାଲରେ ହରାଇଥିଲେ। ତେଣୁ ସେ ହସ୍ପିଟାଲ ଯିବାକୁ ଆଦୌ ହେଲେ ପସନ୍ଦ କରି ନ ଥାନ୍ତି। ତେବେ ବଡ ପୁଅ ଆର୍ଯ୍ୟନ୍ତ ଜନ୍ମ ହେବା ସମୟରେ ସ୍ତ୍ରୀ ଗୌରୀଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ଥଣ୍ଡାରେ ସେ ଥରୁଥିଲେ। ଗୌରୀଙ୍କ ସହ ସେ ମଧ୍ୟ ଅପରେଶନ ଥିଏଟରକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଶାହାରୁଖ୍‌ ମନେ କରିଥିଲେ। ସେହି ସମୟରେ ସେ ନିଜ ପିଲା ବିଷୟରେ ଆଦୌ ହେଲେ ଭାବି ନ ଥିଲେ। ପୁଅ କଥା ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଥିଲେ। ଗୌରୀ କିପରି ସୁସ୍ଥ ହେବେ ତାହା ମୋ’ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ବୋଲି ଶାହାରୁଖ୍‌ କହିଥିଲେ।

Share