ପ୍ରଶଂସକଙ୍କ ହୃଦୟ ଜିତିଲା ଶାହାରୁଖଙ୍କ ଉତ୍ତର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏବେ ତାଙ୍କ ଅପକମିଂ ଫିଲ୍ମ ପଠାନକୁ ନେଇ ଖୁବ ଚର୍ଚ୍ଚାରେ । ଏବେ ସେ ତାଙ୍କ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଶାହାରୁଖ ଟୁଇଟରରେ ଆସ୍କ ମି ଏନିଥିଙ୍ଗ ସେଶନ ରଖିଥିଲେ । ଏହି ସମୟରେ ତାଙ୍କର ପ୍ରଶଂସକ ପଠାନ ଫିଲ୍ମରୁ ନେଇ ତାଙ୍କ ପର୍ସନାଲ ଲାଇଫ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ପଚାରିଥିବା ବେଳେ କିଙ୍ଗ ଖାନ ଦିଲ ଖୋଲି ଏହାର ଉତ୍ତର ଦେଇଥିଲେ ।
ଟୁଇଟରରେ ଆସ୍କ ମି ସେଶନରେ ଜଣେ ୟୁଜର ଶାହାରୁଖଙ୍କ ପ୍ରଥମ ଗର୍ଲଫ୍ରେଣ୍ଡଙ୍କ ନାମ ପଚାରିଥିବା ବେଳେ ସେ ପତ୍ନୀ ଗୌରିଙ୍କ ନାମ କହିଥିଲେ । ଆଉ ତାଙ୍କର ଏହି ଉତ୍ତର ୟୁଜର୍ସଙ୍କ ମନ କିଣିନେଇଥିଲା ।
ସୂଚନାଯୋଗ୍ୟ, ଶାହାରୁଖ ଖାଁ ଓ ଗୌରି ଖାଁଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ କାହାଣୀଠାରୁ କମ ନୁହେଁ । ଏମାନେ ଯେତେବେଳେ ପ୍ରେମରେ ପଡିଥିଲେ ସେତେବେଳେ ଟିନ ଏଜରେ ଥିଲେ । ଶାହାରୁଖ ବି ଏତେ ପପୁଲାର ନ ଥିଲେ । ହେଲେ ୧୯୯୧ରେ ଏମାନେ ବିବାହ କରିଥିଲେ । ସମୟକ୍ରମେ ଶାହାରୁଖ ବହୁତ ନାଁ କମେଇବା ସହ ଏବେ ଏମାନଙ୍କର ୩ ସନ୍ତାନଙ୍କୁ ନେଇ ସୁଖର ସଂସାର କରିଛନ୍ତି ।

Share