ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ମିଳିବା ପରେ କ୍ଲବରେ ପାର୍ଟି କରୁଛନ୍ତି ଆର୍ୟନ : ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଗତ ବର୍ଷ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଫସିବା ପରେ ଲଗାତର ଏବେ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ବି-ଟାଉନର ସବୁଠାରୁ କୁଲ ଷ୍ଟାରକିଡ୍ସ ମଧ୍ୟରୁ ଅନ୍ୟତମ ଥିବା ଆର୍ୟନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମାସ ମାସ ଧରି ତାଙ୍କ ବିରୋଧରେ ଡ୍ରଗ୍ସ ମାମଲା ଚାଲିବା ପରେ ଏବେ ଆର୍ୟନଙ୍କୁ ଏନ୍‌ସିବି କ୍ଲିନ୍‌ ଚିଟ୍‌ ଦେଇଛି। କ୍ଲିନ୍‌ ଚିଟ୍‌ ମିଳିବା ପରେ ବର୍ତ୍ତମାନ ଆର୍ୟନ ପୁଣି ଥରେ କ୍ଲବରେ ପାର୍ଟି କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଆର୍ୟନ ଏକ ବାର୍‌କୁ ଯାଇଥିବା ବେଳେ ସେ ବ୍ଲାକ୍‌ ଟି-ଶାର୍ଟ ପିନ୍ଧିଛନ୍ତି। ଏଥିସହ ମୁହଁରେ ମାସ୍କ ଲଗାଇଥିବା ନଜର ଆସିଛନ୍ତି। କିଛି ସମୟ ପରେ ସେ ମାସ୍କକୁ ତଳକୁ କରି କୌଣସି ଏକ ପାନୀୟ ପିଇବା ପରେ ପୁଣି ଥରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ ଓ ଟୁଇଟରରେ ଶେୟାର କରାଯାଇଛି। ଏହି ଭିଡିଓ ସୋମବାର ରାତିର ବୋଲି କୁହାଯାଉଛି।

Share