ମୁଣ୍ଡରେ ସିନ୍ଦୁର ଲଗାଇ ନଜର ଆସିଲେ ଶାହରୁଖ: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପରେ ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ୍‌ଙ୍କୁ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ନାମରେ ଜଣାଯାଏ। ଅନେକ ସମୟରେ ନିଜ କାମ ହେଉ କି ଅଭିନୟ କିମ୍ବା ନିଜର ବୟାନ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଶାହରୁଖ ନିଜ ଅପ୍‌କମିଂ ଫିଲ୍ମ ‘ପଠାନ’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଶାହରୁଖ ନିଜ ପ୍ରଶଂସକଙ୍କ ସହ ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଶାହରୁଖ ନିଜ ମୁଣ୍ଡରେ ନାଲି ସିନ୍ଦୁର ଲଗାଇବା ସହ ଓ୍ବାଇନ୍‌ କଲର ସ୍ବେଟ ଟି-ଶାର୍ଟ ଏବଂ କେପ୍‌ ଲଗାଇଥିବା ନଜର ଆସିଛନ୍ତି। ଏହି ଫଟୋ ଜମ୍ମୁର କଟରାର ବୋଲି ଜଣାପଡ଼ିଛି। ଏହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ଶାହରୁଖ ସୋମବାର ଜମ୍ମୁର କଟରା ସ୍ଥିତ ମା’ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ପହଞ୍ଚିଥିଲେ। ଏହି ଅବସରରେ ତାଙ୍କ ସହ ଫିଲ୍ମ ପଠାନର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଶାହରୁଖଙ୍କ ସହ ଫଟୋ ଉଠାଇବାକୁ ଏବଂ ତାଙ୍କୁ ଗୋଟିଏ ଝଲକ ଦେଖିବା ପାଇଁ ପ୍ରଶଂସକ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। କାରଣ ଶାହରୁଖ ଏହି ସମୟରେ ନିଜ ମୁହଁକୁ ଘୋଡାଇନେଇଥିବା ଜଣାପଡ଼ିଛି।

Share