Categories: ଫୁରସତ

ଏପରି ଏକ ସହର ଯେଉଁଠି ସେଲଫି ନେଲେ ଦେବାକୁ ପଡିବ ୨୫ ହଜାର ଜରିମାନା

ମଣିଷ ପ୍ରତ୍ୟେକ ମୁହୂର୍ତ୍ତକୁ କ୍ୟାମେରାରେ କ୍ୟାପଚର କରିବାକୁ ଭଲ ପାଏ। କିନ୍ତୁ ଆଜି ଆମେ ଦୁନିଆର ସେହି ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ସେଲଫି ନେବା ପାଇଁ ଆପଣଙ୍କୁ ଭାରି ଜରିମାନା ଦେବାକୁ ପଡିବ।

ବାସ୍ତବରେ ଇଟାଲୀର ପୋର୍ଟୋଫିନୋ ସହରରେ ସେଲଫି ନେବା ଉପରେ ଏକ ପ୍ରତିବନ୍ଧକ ଲଗାଯାଇଛି, ଯାହା ଏହାର ସୌନ୍ଦଯର୍‌ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିନ୍ତୁ ଏହି ସହର ଏତେ ଚମତ୍କାର ଯେ ଆପଣ ଏହାକୁ କ୍ୟାମେରାରେ କ୍ୟାପଚର ନକରି ରହିପାରିବେ ନାହିଁ। ଏଭଳି ପ୍ରତିବନ୍ଧକ ଲାଗୁ କରିବା ପଛରେ ସ୍ଥାନୀୟ ପ୍ରଶାସନ ଏହାର କାରଣ ଦର୍ଶାଇଛି।

ଇଟାଲୀ ରିବେରା ଉପରେ ଅବସ୍ଥିତ ଏହି ସହର ସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଭଳି ପରିସ୍ଥିତିରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ପୋର୍ଟୋଫିନୋକୁ ଆସି ରଙ୍ଗୀନ ପ୍ରକୃତିର ଉପଭୋଗ କରନ୍ତି। ଏଠାରେ ଛୁଟିଦିନମାନଙ୍କରେ ରହିବାକୁ ହୋଟେଲ ମଧ୍ୟ ମିଳେନାହିଁ।

ପୋର୍ଟୋଫିନୋ ସହରକୁ ଆସୁଥିବା ପର୍ଯ୍ୟଟକମାନେ ରାସ୍ତାରେ ଅଟକି ଯାଇ ସେଲଫି ନେବା ଆରମ୍ଭ କରନ୍ତି, ଯେଉଁ କ୍ଷେତ୍ରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥାଏ। ଲୋକମାନେ ରାସ୍ତାରେ ସେଲଫି ନେଉଥିବାରୁ ଟ୍ରାଫିକ ଜାମ ହୁଏ। ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସକାଳ ୧୦.୩୦ରୁ ସା ୬ଟା ପର୍ଯ୍ୟନ୍ତ ସେଲଫି ନେବାକୁ ବାରଣ କରାଯାଇଛି। ତେବେ ବାରଣ ସତ୍ତ୍ୱେ ନିୟମ ଉଲ୍ଲଂଘନ ଯଦି ଏଠାରେ କିଏ ସେଲଫି ନିଅନ୍ତି, ତେବେ ୨୪,୭୭୭ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୋର୍ଟୋଫିନୋ ମେୟର ମାଟେଓ ଭିଆକାୱାଙ୍କୁ ଏହି ନିୟମ ବିଷୟରେ କହିଛନ୍ତି, ଅତୀତରେ ଏଠାରେ ଅରାଜକତା ବୃଦ୍ଧି ପାଇଛି। ଏଥିପାଇଁ କେବଳ ପର୍ଯ୍ୟଟକମାନେ ଦାୟୀ ଅଟନ୍ତି। ସେଥିପାଇଁ ଇଟାଲୀ ରିବେରା ସହରରେ ନୂତନ ନିୟମ ଲାଗୁ କରାଯାଇଛି।

Share