‘ଜଓ୍ବାନ’ ପରେ ଫିଲ୍ମ ‘ଡଙ୍କି’ର ଶୁଟିଂ ଚଳାଇଛନ୍ତି ଶାହାରୁଖ: କଶ୍ମୀରରେ ଆସିଲେ ନଜର

 

ମୁମ୍ବାଇ: ସୁପରଷ୍ଟାର ଅଭିନେତା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଆଜିକାଲି କିଙ୍ଗ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ସେ ଆକ୍ସନ ଫିଲ୍ମ ‘ଜୱାନ’କୁ ନେଇ ବ୍ୟସ୍ତ ଥିଲେ ଏବଂ ଫିଲ୍ମର ସେଟରୁ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ଏବେ ଫିଲ୍ମ ‘ଡଙ୍କି’କୁ ନେଇ ଚର୍ଚ୍ଚା ଆରମ୍ବ ହୋଇଛି।

ଶାହାରୁଖ ଫିଲ୍ମ ‘ଡଙ୍କି’ର ଶୁଟିଂ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଲିଉଡର ବାଦଶାହାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କଶ୍ମୀରର ସୋନମର୍ଗରେ ନଜର ଆସିଛନ୍ତି। କୁହାଯାଉଛି ଯେ, ସେ ‘ଡଙ୍କି’ର ଶୁଟିଂ ପାଇଁ ଏଠାରେ ପହଞ୍ଚିଛନ୍ତି। ଶାହାରୁଖ ଖାନଙ୍କ ପ୍ରଶଂସକ କ୍ଲବ ଏହି ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ରାତିରେ କଶ୍ମୀରର ସୋନମର୍ଗରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ମଧ୍ୟ ସ୍ବାଗତ କରାଯାଇଛି। ତେବେ ଏହି ଭିଡିଓ ଦେଖିବାକ ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛ।

ଶାହାରୁଖଙ୍କ ଫିଲ୍ମ ‘ଜୱାନ’ ଜୁନ ୨ ରେ ରିଲିଜ ହେବର ସମ୍ଭାବନା ରହିଛି। ଏହି ଚଳଚ୍ଚିତ୍ରଟି ଆଟଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଏଥିରେ ଜବରଦସ୍ତ ଆକ୍ସନ। ସେହିପରି ଖ୍ରୀଷ୍ଟମାସରେ ଫିଲ୍ମ ‘ଡଙ୍କି’ ରିଲିଜ ହୋଇପାରେ। ଏହାକୁ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଛନ୍ତି। ଏଭଳି ସ୍ଥଳେ ପ୍ରଶଂସକମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Share