ବମ୍ବେ: ‘ପଠାନ୍’ ଏବଂ ‘ଜଓ୍ବାନ୍’ ପରେ କିଙ୍ଗ୍ ଖାନ୍ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’ ରେକର୍ଡ କରିବ ବୋଲି ସମୀକ୍ଷକମାନେ ଅନୁମାନ କରିଛନ୍ତି।
ତେବେ ଡଙ୍କିକୁ ମିଳିଛି ୟୁ/ଏ ସାର୍ଟିଫିକେଟ। ଏହାର ସମୟ ୧୬୧ ମିନିଟ ରହିଛି। ଚଳଚ୍ଚିତ୍ରରେ ତାପସୀ ପନ୍ନୁ, ବିକ୍କି କୌଶଲ, ବୋମନ ଇରାନୀ, ବିକ୍ରମ କୋଚାର, ଅନିଲ ଗ୍ରୋଭର ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି।
ନିର୍ଦ୍ଦେଶକ ରାଜକୁମାର ହିରାନୀ ‘ସଞ୍ଜୁ’ ପରେ ପାଞ୍ଚ ବର୍ଷ ଅପେକ୍ଷା କରାଇଥିଲେ। ହେଲେ ଏବେ ‘ଡଙ୍କି’ ଜରିଆରେ ସେ ଏକ ନିଚ୍ଛକ ବଲିଉଡ୍ ସିନେମା ଭେଟିଦେଇଛନ୍ତି। ସିନେମାର କାହାଣୀ ପୁଣିଥରେ ପ୍ରେମରେ ପଡ଼ିବାକୁ , କାନ୍ଦିବାକୁ, ହସିବାକୁ ବାଧ୍ୟ କରୁଛି। ଏହା ଅନ୍ୟ କୌଣସି ସିନେମାଠାରୁ ପ୍ରଭାବିତ ହୋଇନାହିଁ। ଡାଏଲଗ୍ଗୁଡ଼ିକ ହୃଦୟ ଜିତିବା ସହ ଭାବୁକ କରୁଛି। ଏହାକୁ ୪ ଷ୍ଟାର ମିଳିଛି।