କିଙ୍ଗ ଖାଁନଙ୍କ ନାଁରେ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ରୋମାନ୍ସର ବାଦଶାହ ଓ ମୋଷ୍ଟ ଚାର୍ମିଂ ଆକ୍ଟର ଶାହାରୁଖ ଖାଁଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି । ଅଭିନେତାଙ୍କୁ ରେଡ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ କରାଯିବ । ରେଡ ସି ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ଜେଦ୍ଦାରେ ଫେଷ୍ଟିଭାଲର ଦ୍ୱିତୀୟ ସଂସ୍କରଣର ଉଦଘାଟନ ସମାରୋହରେ ଫିଲ୍ମ ଇଣ୍ଡଷ୍ଟିରେ ତାଙ୍କର ଅସାଧାରଣ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯିବ ।
ସୌଦି ଆରବର ଲାଲ ସାଗରେ ଆୟୋଜିତ ହେବାକୁ ଯାଉଥିବା ଏହି ଫେଷ୍ଟିଭାଲ ୧ ଡିସେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ସାରା ବିଶ୍ୱର ଫିଲ୍ମ ଦୁନିଆର ଟ୍ୟାଲେଣ୍ଟେଡ କଳାକାର ଏହି ଫେଷ୍ଟିଭାଲରେ ସାମିଲ ହେବେ । ଏହାସହ ପ୍ରାୟ ୪୧ ଭାଷାରେ ୬୧ ଦେଶର ୧୩୧ ଫିଚର ଓ ଶର୍ଟ ଫିଲ୍ମ ପ୍ରଦର୍ଶିତ ହେବ ।
ଫେଷ୍ଟିଭାଲରେ ଭାରତୀୟ ଦର୍ଶକଙ୍କ ପାଇଁ ସବୁଠାରୁ ଲୋକପ୍ରିୟ କଳାକାର ଶାହାରୁଖ ଉପସ୍ଥିତ ରହିବେ । ଶାହାରୁଖ ସାରା ବିଶ୍ୱର ସବୁଠାରୁ ସଫଳ କଳାକାରମାନଙ୍କ ମଧ୍ୟରୁ ଜଣେ । ଫିଲ୍ମ ଉଦ୍ଦ୍ୟୋଗରେ ୩ ଦଶକରୁ ଅଧିକ ଫିଲ୍ମରେ କାମ କରିସାରିଥିବା ଶାହାରୁଖଙ୍କୁ ରେଡ ସି ଫେଷ୍ଟିଭାଲରେ ଏକ ବିଶେଷ ସମ୍ମାନ ଦିଆଯିବ । ଦେଶ ବ୍ୟତୀତ ଦେଶ ବାହାରେ ଶାହାରୁଖଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ ।

Share