‘ବୟକଟ ଟ୍ରେଣ୍ଡ’କୁ ଡରୁଛନ୍ତି କିଙ୍ଗ ଖାନ, ‘ଡନ ୩’କୁ କଲେ ନା

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଏବେ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏବେ ଏହି ଫିଲ୍ମ ବୟକଟ ହୋଇପାରେ ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ ବଲିଉଡରେ କିଛି ଫିଲ୍ମ ଲଗାତାର ଭାବେ ଫ୍ଲପ ହେବାରେ ଲାଗିଛି । ଏପଟେ ପଠାନକୁ ନେଇ ଦର୍ଶକେ ଏବେଠାରୁ ରାଗରେ ଅଛନ୍ତି । କିଛିଦିନ ତଳେ ଫିଲ୍ମର ଟିଜର ଶାହାରୁଖ ତାଙ୍କ ଫ୍ୟାନମାନଙ୍କ ପାଇଁ ରିଲିଜ୍ କରିଥିଲେ । ଏହି ଫିଲ୍ମରେ ଶାହାରୁଖଙ୍କ ସହ ଜନ ଅବ୍ରାହମ ଓ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ରହିଛନ୍ତି ।
ସୂଚନାଯାଗ୍ୟ, ପଠାନ ବ୍ୟତୀତ ଶାହାରୁଖଙ୍କ ନିକଟରେ ‘ଜୱାନ’ ଓ ‘ଡଙ୍କି’ ଭଳି ଫିଲ୍ମ ରହିଛି । ରିପୋର୍ଟ ଅନୁଯାୟୀ, ଶାହାରୁଖଙ୍କୁ ‘ଡନ ୩’ର ଅଫର ବି ମିଳିଥିଲା । କିନ୍ତୁ ଶାହାରୁଖ ଏହାକୁ ମନା କରି ଦେଇଥିବା ଜଣାପଡିଛି । ଏବେ ବକ୍ସ ଅଫିସରେ ବଲିଉଡ ଫିଲ୍ମ ଲଗାତାର ଭାବେ ଅସଫଳ ରହୁଥିବାରୁ ଶାହାରୁଖ ଏଭଳି କରିଥିବା ଜଣାପଡିଛି । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆମିର ଖାଁଙ୍କ ‘ଲାଲ ସିଂ ଚଢା’ ଓ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ମଧ୍ୟରେ ଟକ୍କର ହେବାର ଥିଲା ସତ ହେଲେ ଏହାକୁ ଦର୍ଶକେ ଆଦୌ ପସନ୍ଦ କଲେ ନାହିଁ ।
ଏପଟେ ସୋସିଆଲ ରାଇଟସରେ ଲାଗାତାର ବୟକଟ ଟ୍ରେଣ୍ଡକୁ ଦେଖି ଶାହାରୁଖ ଖାଁ ‘ଡନ ୩’କୁ ମନା କରି ଦେଇଛନ୍ତି । ଆଉ ଏକ ରିପୋର୍ଟରେ କୁହାଯାଇଛି କି ବୟକଟ ଟ୍ରେଣ୍ଡକୁ ଦେଖି ଅଭିନେତା ଫିଲ୍ମ କରିବାକୁ ମନା କରି ଦେଇଛନ୍ତି । ଏହା ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, କୁହାଯାଉଥିଲା କି ‘ଡନ ୩’କୁ କରିବାକୁ ଶାହାରୁଖ ଉତ୍ସାହିତ ଅଛନ୍ତି । ସୂଚନାଯୋଗ୍ୟ, ଏହି ଫିଲ୍ମର ସ୍କ୍ରିପ୍ଟକୁ ନେଇ ଫରହାନ ଅଖତର ବେଶ କିଛିଦିନ ହେବ କାମ କରୁଛନ୍ତି । ଏବେ ଶାହାରୁଖ ଏହି ଫିଲ୍ମକୁ ମନା କରି ଦେଇଥିବାରୁ ଆଉ କାହାକୁ ହୁଏତ ନିଆଯାଇ ପାରେ ବୋଲି ଅନୁମାନ କରାଯାଉଛି ।

Share