ମୁହଁ,ହାତରେ ବନ୍ଧା ହୋଇଛି ବ୍ୟାଣ୍ଡେଜ୍‌: ଆହତ ଅବସ୍ଥାରେ ନଜର ଆସିଲେ ଶାହରୁଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପ୍ରଂଶସକ ପାଇଁ ଏକ ଖୁସି ଖବର। ଶେଷରେ ସାଉଥ୍‌ ଫିଲ୍ମ ନିର୍ମାତା ଏଟଲିଙ୍କ ସହ ସହଯୋଗିତାରେ କିଙ୍ଗ୍‌ ଖାନ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ଏଟଲିଙ୍କ ନିର୍ଦ୍ଦେଶିତ ଓ ରେଡ୍‌ ଚିଲ୍ଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ଏସ୍‌ଆରକେ ପ୍ରଡକ୍ସନ ହାଉସ୍‌ରେ ନିର୍ମିତ ହୋଇଥିବା ଫିଲ୍ମ ଯବାନର ଟିଜର ଶୁକ୍ରବାର ରିଲିଜ୍‌ ହୋଇଛି। ଏଥିରେ ଶାହରୁଖଙ୍କ ମୁଣ୍ଡ, ମୁହଁ ଓ ହାତରେ ଏକ ବ୍ୟାଣ୍ଡଜ୍‌ ବନ୍ଧା ହୋଇଥିବା ବେଳେ ତାଙ୍କୁ ଆହତ ଅବସ୍ଥାରେ ଦେଖିବାକୁ ମିଳିଛି। କିଙ୍ଗ୍‌ ଖାନଙ୍କ ଏହି ଭୟଙ୍କର ଲୁକ୍‌କୁ ଦେଖିଲେ ଯେକେହିବି ଡ଼ରିଯିବେ। ସବୁବେଳେ ଲଭର ବୟ ଓ ରୋମାଣ୍ଟିକ୍‌ ଲୁକ୍‌ରେ ନଜର ଆସୁଥିବା ଶାହରୁଖଙ୍କୁ କେବେବି ଏଭଳି ଚରିତ୍ରରେ ଦେଖି ନ ଥିବେ ଦର୍ଶକେ। ଏହି ଦିନକୁ ପ୍ରଶଂସକମାନେ ବହୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ। ଟିଜରକୁ ଦେଖିବା ପରେ ବହୁ ଉତ୍ସାହର ସହ ଟ୍ରେଲରକୁ ଅପେକ୍ଷା କରିଛନ୍ତି ପ୍ରଶଂସକ। ଏହି ଫିଲ୍ମଟି ୨୦୨୩ ଜୁନ ୨ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଏହାକୁ ହିନ୍ଦୀ ସମେତ ତାମିଲ, ତେଲଗୁ, ମଲୟାଲମ ଓ କନ୍ନଡ ଭାଷାରେ ରିଲିଜ୍‌ କରାଯିବ। ଫଲ୍ମ ଯବାନରେ ଶାହରୁଖଙ୍କ ଡବଲ ରୋଲ ଦେଖିବାକୁ ମିଳିବ। ସେହିପରି ତାଙ୍କ ବିପକ୍ଷରେ ଅଭିନୟ କରୁଥିବା ଅଭିନେତ୍ରୀ ନୟନତାରା ଅନୁସନ୍ଧାନକାରୀ ଅଫିସରଙ୍କ ଚରିତ୍ରରେ ନଜର ଆସିବେ।

Share