ଫିଲ୍ମ ରିଲିଜ୍‌ ପୂର୍ବରୁ ଝିଅ ସୁହାନାଙ୍କ ସହ ସାଇ ବାବା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ କିଙ୍ଗ୍‌ ଖାନ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ଶାହାରୁଖ ତାଙ୍କ ଝିଅ ସୁହାନା ଖାନଙ୍କ ସହ ଗୁରୁବାର ଶିରିଡି ସାଇ ବାବା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ଶାହାରୁଖ ଏବଂ ସୁହାନା ମନ୍ଦିର ଭିତରେ ନଜର ଆସିଛନ୍ତି। ଭିଡିଓରେ ଶାହାରୁଖ ଖାନ ଧଳା ଟି-ସାର୍ଟ ପିନ୍ଧିଛନ୍ତି ଏବଂ ବେକରେ ସାଇ ବାବାଙ୍କ ଚୁନରୀ ପକାଇଛନ୍ତି। ସେହିପରି ସୁହାନା ଏକ ନୀଳ ରଙ୍ଗର ସୁଟ୍‌ରେ ନଜର ଆସିଛନ୍ତି। ଶାହାରୁଖଙ୍କ ଫିଲ୍ମ ‘ଡଙ୍କି’ର ଟ୍ରେଲର ଆସିସାରିଛି ଏବଂ ଅନେକ ଗୀତ ମଧ୍ୟ ରିଲିଜ୍‌ ମଧ୍ୟ ହୋଇସାରିଛି। ଯାହାକୁ ଦେଖିବା ପରେ ଦର୍ଶକଙ୍କ ଉତ୍ସାହକୁ ବଢାଇଦେଇଛି। ସୂଚନାଯୋଗ୍ୟ, ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’କୁ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ ସହ ତାପସୀ ପନ୍ନୁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ।

Share