ଫିଲ୍ମ ରିଲିଜ୍‌ ପୂର୍ବରୁ ଝିଅ ସୁହାନାଙ୍କ ସହ ତିରୁପତି ମନ୍ଦିରରେ ପହଞ୍ଚିଲେ ଶାହରୁଖ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ଜଓ୍ବାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଆଡଭାନ୍ସ ବୁକିଂ ଦେଖି ଏହା କୁହାଯାଇପାରେ ଯେ ଜଓ୍ବାନ ବଡ଼ ସଂଗ୍ରହ କରିବାକୁ ଯାଉଛି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଶାହାରୁଖ ଖାନ ତାଙ୍କ ଝିଅଅ ସୁହାନା ଖାନ ଏବଂ ନୟନତାରା ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମନ୍ଦିରରୁ ଶାହାରୁଖ ଖାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଦର୍ଶନ ପାଇବା ପରେ ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ କରୁଥିବା ନଜର ଆସିଛନ୍ତି।

Share