Advertisement

ଫିଲ୍ମ ରିଲିଜ୍‌ ପୂର୍ବରୁ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ପହଞ୍ଚିଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ଚଳିତ ବର୍ଷ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ବର୍ଷ ଶେଷରେ, ଶାହାରୁଖ ଆଉ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସହିତ ଆସୁଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ କିଛି ଦିନ ମଧ୍ୟରେ ମୁକ୍ତିଲାଭ ହେବାକୁ ପ୍ରସ୍ତୁତ ଅଛି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଅଭିନେତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି।

ମଙ୍ଗଳବାର ସକାଳେ ଶାହରୁଖ ଖାନଙ୍କୁ ବୈଷ୍ଣୋ ଦେବୀ ମନ୍ଦିରରେ ଦେଖିବାକୁ ମିଳିଛି। ଜମ୍ମୁ-କଶ୍ମୀରର କାଟାରୁ ଶାହରୁଖଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ପିଟିଆଇର ଟୁଇଟର ହ୍ୟାଣ୍ଡେଲରେ ଶେୟାର ହୋଇଥିବା କ୍ଲିପ୍‌ରେ ଶାହାରୁଖ ତାଙ୍କ ଅଙ୍ଗରକ୍ଷୀଙ୍କ ସହ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିବାର ନଜର ଆସିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel