ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନ କେବଳ ନିଜର ନିଖୁଣ ଅଭିନୟ ପାଇଁ ଜଣାଶୁଣା। ତାଙ୍କର ଏକ ଅଭ୍ୟାସ ମଧ୍ୟ ଅଛି ଯାହା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଖ୍ୟାତ। ଫିଲ୍ମ ଶୁଟିଂ ସେଟକୁ ହେଉ କିମ୍ବା ପାର୍ଟି ସମୟରେ ସେ ସର୍ବଦା ବିଳମ୍ବରେ ପହଞ୍ଚନ୍ତି। ଆମେ ଏହା କହୁନାହୁଁ, କିନ୍ତୁ ତାଙ୍କ ସହ କାମ କରୁଥିବା ନିର୍ଦ୍ଦେଶକ, ନିର୍ମାତା ଏବଂ ତାଙ୍କ ସହକର୍ମୀମାନେ ଏହିପରି କଥା କୁହନ୍ତି। ନିକଟରେ ବଲିଉଡର ସୁନ୍ଦର ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ଖରାପ ଅଭ୍ୟାସ ବିଷୟରେ ଖୁଲାସା କରିଛନ୍ତି। ଜୁହି ନିଜ ଘରେ ଏକ ପାର୍ଟି ରଖିଥିଲେ। ଏଥିରେ ସେ ଶାହାରୁଖଙ୍କୁ ଡାକିଥିଲେ। ତାଙ୍କୁ ଭେଟିବାକୁ ସମସ୍ତେ ବହୁତ ଉତ୍ସାହିତ ଥିଲେ। ବିଶେଷକରି ତାଙ୍କ କର୍ମଚାରୀ ଶାହରୁଖଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ। ଶାହରୁଖଙ୍କୁ ପାର୍ଟି ପାଇଁ ୧୧ଟାରେ ଆସିବାର ଥିଲା, କିନ୍ତୁ ସେ ରାତି ୨.୩୦ରେ ପହଞ୍ଚିଥିଲେ। ସେହି ସମୟରେ ପାର୍ଟି ସରିଯାଇଥିଲା, ଅତିଥି ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚାଲିଯାଇଥିଲେ, ଖାଦ୍ୟ ମଧ୍ୟ ସରି ଯାଇଥିଲା, ଜୁହି ମଧ୍ୟ ଶୋଇପଡିଥିଲି। ଅଭିନେତ୍ରୀ, ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଫରାହ ଖାନଙ୍କ ଜୁହିଙ୍କଠାରୁ ଏହି କଥା ଶୁଣି କହିଥିଲେ, ଆମେ ଏହା ମଧ୍ୟ ଜାଣୁ ଯେ ଯଦି ଆମେ ସିଫ୍ଟକୁ ୯ଟା ରେ ରଖୁ, ତେବେ ଶାହାରୁଖ ୨ଟାରେ ଆସନ୍ତି।