ରାଜକୁମାର ହିରାନୀଙ୍କ ଫିଲ୍ମରେ ନଜର ଆସିବେ ଶାହରୁଖ

ଶେଷରେ ଏକାଠି ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଶାହରୁଖ ଓ ରାଜକୁମାର ହିରାନୀ ସେମାନଙ୍କ ଫିଲ୍ମର ନାଁ ଘୋଷଣା କରିବା ସହିତ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମର ନାଁ ରହିଛି ‘ଡଙ୍କି’। ଆଉ ଏହା ଆସନ୍ତାବର୍ଷ ଡିସେମ୍ବର ୨୨ ତାରିଖରେ ରିଲିଜ୍‌ ହେବ। ଉଭୟ ଶାହାରୁଖ ଓ ରାଜକୁମାର ହିରାନୀ ଏକ ଭିଡିଓ ଜରିଆରେ ସେମାନଙ୍କର ଏହି ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି।

Share