ଭାଇଜାନଙ୍କ ବାର୍ଥ୍‌ ଡେ’ ପାର୍ଟିରେ ଶାହରୁଖ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ୍‌ ଆଜି ତାଙ୍କର୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବି-ଟାଇନ୍‌ର ସେଲିବ୍ରେଟିମାନେ ସଲମାନଙ୍କ ବାର୍ଥ୍‌ ଡେ ପାର୍ଟିରେ ସାମିଲ ହୋଇଥିବା ନଜର ଆସିଛନ୍ତି। ଗତକାଲି ରାତିରେ ସେ ତାଙ୍କ ଜନ୍ମଦିନ ଭଉଣୀ ଅର୍ପିତା ଖାନ ଏବଂ ଜିଜୁ ଆୟୁଷ ଶର୍ମାଙ୍କ ଘରେ ଜନ୍ମଦିନ ପାଳନ କରିଥିଲେ। ଯେଉଁଠାରେ ଅନେକ ତାରକା ଆସିଥିଲେ। ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଶାହରୁଖ ଖାନ ମଧ୍ୟ କଡା ସୁରକ୍ଷା ସହ ସଲମାନଙ୍କ ବାର୍ଥ୍‌ ଡେ ପାର୍ଟିରେ ପହଞ୍ଚିଥିଲେ। ଶାହରୁଖ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ପଠାନ’କୁ ନେଇ ଖୁବ୍‌ ବ୍ୟସ୍ତରେ ରହୁଛନ୍ତି। ସଲମାନ ବ୍ୟକ୍ତିଗତ ଭାବେ ଶାହରୁଖଙ୍କୁ ବାର୍ଥ୍‌ ଡେ ପାର୍ଟିକୁ ନିମନ୍ତ୍ରଣ କରିଥିବା ଜଣାପଡିଛି। ଏଥିସହ ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲନି ମଧ୍ୟ ପାର୍ଟିରେ ନଜର ଆସିଥିଲେ।

 

Share