‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ପ୍ରସଂଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଜୁନ୍‌ ୧୫ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ହେଲେ ବ୍ରହ୍ମାସ୍ତ୍ରରୁ ଶାହରୁଖ୍‌ ଖାନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶାହରୁଖ୍‌ଙ୍କ ଫ୍ୟାନ୍‌ ଏହି ଭିଡିଓକୁ ଦେଖି ଆହୁରି ଉତ୍ସାହିତ ହୋଇଯାଇଛନ୍ତି। ଭିଡିଓରେ ଶାହାରୁଖ୍‌ ରକ୍ତ ଭିଜା ଅବତାରରେ ନଜର ଆସୁଛନ୍ତି। ଫିଲ୍ମରେ ଆଲିଆ-ରଣବୀରଙ୍କ ବ୍ୟତିତ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନୀ ରୟ ମଧ୍ୟ ଅଭିନୟ କରିଛନ୍ତି। ସେପ୍ଟେମ୍ବର ୯ରେ ପାଞ୍ଚଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡରେ ଥିଏଟରରେ ମୁକ୍ତିଲାଭ କରିବ।

Share