ଆଡଭାନ୍ସ ବୁକିଂରେ ୨୦ କୋଟି ଟପିଲା ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ ଚଳଚ୍ଚିତ୍ର ‘ପଠାନ’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆସନ୍ତା ୨୫ ତାରିଖରେ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଯାହା ଜାନୁୟାରୀ ୨୩ ସୁଦ୍ଧା ୨୦ କୋଟି ଅତିକ୍ରମ କରିଛି। ଶାହରୁଖଙ୍କ ଏହି ଚଳଚ୍ଚିତ୍ର କେବଳ ହିନ୍ଦୀ ଭାଷାରେ ନୁହେଁ ଦକ୍ଷିଣ ଭାରତରେ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଭାରତରୁ ବିଦେଶ ଯାଏ ଆଡଭାନ୍ସ ଟିକେଟ ବୁକିଂ ଚାଲିଛି।
୨୫୦ କୋଟି ବଜେଟ୍‌ ବିଶିଷ୍ଟ ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଜନ ଆବ୍ରାହମ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ।

Share