କିଙ୍ଗ ଖାଁଙ୍କ ସହ ହାତ ମିଳାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାଁ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମର ନାଁ ଧୀରେ ଧୀରେ ସାମ୍ନାକୁ ଆସୁଛି । କିଛିଦିନ ତଲେ ଶୁଣିବାକୁ ମିଳିଥିଲା କି କିଙ୍ଗ ଖାଁ ‘ପଠାନ’ ଫିଲ୍ମରେ ନଜର ଆସିବେ । ଏହାସହ ଏବେ ତାଙ୍କ ନୂଆ ଫିଲ୍ମ ବିଷୟରେ ମଧ୍ୟ ଖବର ଆସିଲାଣି । ଏହା ତାଙ୍କ ନିଜ ପ୍ରଡକସନ୍ ହାଉସ ରେଡ ଚିଲିଜର ବ୍ୟାନରରେ ପ୍ରସ୍ତୁତ କରାଯିବ । ଏହାର ଟାଇଟଲ ରହିଛି ‘ଡାର୍ଲିଂସ’ । ଆଉ ଏଥିରେ ଲିଡ୍ ରୋଲରେ ଦେଖାଦେବେ ବଲିଉଡ୍ ଚୁଲବୁଲି ନାୟିକା ଆଲିଆ ଭଟ୍ଟ । ତେବେ ଶାହାରୁଖ ଓ ଆଲିଆଙ୍କ ଯୋଡିକୁ ପୂର୍ବରୁ ଫିଲ୍ମ ‘ଡିୟର ଜିନ୍ଦେଗି’ରେ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କୁ ଖୁବ୍ ବସନ୍ଦ ଆସିଥିଲା । ଏମାନଙ୍କ ଅନସ୍କ୍ରିନ ଯୋଡି ସେତେବେଳେ ଆସିଥିଲା ଚର୍ଚ୍ଚାକୁ । ଏବେ ମିଳିଥିବା ସୂଚନା ଅନୁଯାୟୀ ଶାହାରୁଖ ଖାଁଙ୍କ ପ୍ରଡକସନ୍ ବ୍ୟାନର ରେଡ ଚିଲିଜରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ ‘ଡାର୍ଲିଂସ’ ମା’ଝିଅଙ୍କ କାହାଣୀ ଉପରେ ଆଧାରିତ ହେବ । ଏଥିରେ ଆଲିଆ ଓ ଶାହାରୁଖଙ୍କ ବ୍ୟତୀତ ଶେଫାଳି ଶାହା, ବିଜୟ ବର୍ମା, ରୋଶନ ମାଥ୍ୟୁ ଲିଡ ରୋଲରେ ଦେଖାଦେବେ । ଚଳିତ ବର୍ଷ ଏହା ରିଲଜ୍ ହେବାର ଯୋଜନା ରହିଛି । ଏବେ ଏହାର ପ୍ରିକ୍ରଡକଶନ କାମ ଚାଲିଛି । ଏହା ମୁମ୍ବାଇର ଏକ ମିଡିଲ କ୍ଲାସ ଫ୍ୟାମିଲିର କାହାଣୀ ଉପରେ ଆଧାରିତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଦେଖି ରଣବୀରଙ୍କ ହୋଶ୍‌ ଉଡିଲା: କହିଲେ, ହେ ଭଗବାନ…

ବଲିଉଡ୍‌ ଫେମ୍‌ ଦୀପିକା ପାଦୁକୋଣ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ପ୍ୟାରିସରେ ଏକ ଫରାସୀ ଲଗଜରୀ ବ୍ରାଣ୍ଡର ହାଉସ ଆମ୍ବାସାଡର ଭାବରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।...

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିଲେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା...

Photo: ବିକିନିରେ ଅନନ୍ୟା ପାଣ୍ଡେଙ୍କ କିଲର ଲୁକ୍, ବେଳାଭୂମିରେ କଲେ ମସ୍ତି…

ମୁମ୍ବାଇ: ବଲିଉଡର ସୁନ୍ଦରୀ ଡିଭା ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ଜୀବନର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି। ଅଭିନେତ୍ରୀ ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଉପଭୋଗ କରୁଛନ୍ତି।...

IIFA ଆଓ୍ବାର୍ଡରେ ସେରିମନିରେ ରେଖାଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଅଭିନେତ୍ରୀ କିସ୍‌ କରି କହିଲେ…

ମୁମ୍ବାଇ: ରବିବାର ଜୟପୁରରେ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (IIFA) ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (JECC)ରେ ଅନୁଷ୍ଠିତ...

ଲାପତା ଲେଡିଜ୍’ର ୧୭ ବର୍ଷୀୟା ନାୟିକା ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମଞ୍ଚରେ କହିଲେ ବଡ଼ କଥା

ଜୟପୁର,୧୦।୩: ୨୦୨୫ ମସିହାର IIFA ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ (ମହିଳା) ଘୋଷଣା ସମୟରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ବର୍ତ୍ତମାନ ପିଢ଼ିର ତିନି ଜଣ ସବୁଠାରୁ ଲୋକପ୍ରିୟ...

ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ

ମୁମ୍ବାଇ: ବଲିଉଡ୍‌ରେ ଖୁବ୍‌ଶୀଘ୍ର ଆଉ ଜଣେ ଷ୍ଟାର୍‌କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର...

IIFA ପୁରସ୍କାର ୨୦୨୫ ସମ୍ପୂର୍ଣ୍ଣ ବିଜେତା ତାଲିକା: ପୋଛିନେଲା ‘ଲାପତା ଲେଡିଜ୍’, କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତା

ଜୟପୁର,୧୦।୩: ରବିବାର ଜୟପୁରରେ ବଲିଉଡର ବଡ଼ ବଡ଼ ଖ୍ୟାତନାମା ଅଭିନେତା ଯୋଗ ଦେଇଥିବା ଏକ ଚମତ୍କାର ଉତ୍ସବରେ IIFA ପୁରସ୍କାରର ରୌପ୍ୟ ଜୟନ୍ତୀ ସଂସ୍କରଣ ଅନୁଷ୍ଠିତ...

କଣ ଚାହୁଁଥିଲେ ସ୍ବପ୍ନା…

ଉଭୟ ଅଭିନୟ ଏବଂ ସମାଜସେବା ସହ ଜଡିତ ସ୍ବପ୍ନା ପତିଙ୍କର ଖୁସି କହିଲେ ନ ସରେ। କାରଣ ନିକଟରେ ତାଙ୍କୁ ଏକ ମନଲାଖି ମ୍ୟୁଜିକ ଭିଡିଓରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image