କିଙ୍ଗ ଖାଁଙ୍କ ସହ ହାତ ମିଳାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାଁ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମର ନାଁ ଧୀରେ ଧୀରେ ସାମ୍ନାକୁ ଆସୁଛି । କିଛିଦିନ ତଲେ ଶୁଣିବାକୁ ମିଳିଥିଲା କି କିଙ୍ଗ ଖାଁ ‘ପଠାନ’ ଫିଲ୍ମରେ ନଜର ଆସିବେ । ଏହାସହ ଏବେ ତାଙ୍କ ନୂଆ ଫିଲ୍ମ ବିଷୟରେ ମଧ୍ୟ ଖବର ଆସିଲାଣି । ଏହା ତାଙ୍କ ନିଜ ପ୍ରଡକସନ୍ ହାଉସ ରେଡ ଚିଲିଜର ବ୍ୟାନରରେ ପ୍ରସ୍ତୁତ କରାଯିବ । ଏହାର ଟାଇଟଲ ରହିଛି ‘ଡାର୍ଲିଂସ’ । ଆଉ ଏଥିରେ ଲିଡ୍ ରୋଲରେ ଦେଖାଦେବେ ବଲିଉଡ୍ ଚୁଲବୁଲି ନାୟିକା ଆଲିଆ ଭଟ୍ଟ । ତେବେ ଶାହାରୁଖ ଓ ଆଲିଆଙ୍କ ଯୋଡିକୁ ପୂର୍ବରୁ ଫିଲ୍ମ ‘ଡିୟର ଜିନ୍ଦେଗି’ରେ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କୁ ଖୁବ୍ ବସନ୍ଦ ଆସିଥିଲା । ଏମାନଙ୍କ ଅନସ୍କ୍ରିନ ଯୋଡି ସେତେବେଳେ ଆସିଥିଲା ଚର୍ଚ୍ଚାକୁ । ଏବେ ମିଳିଥିବା ସୂଚନା ଅନୁଯାୟୀ ଶାହାରୁଖ ଖାଁଙ୍କ ପ୍ରଡକସନ୍ ବ୍ୟାନର ରେଡ ଚିଲିଜରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ ‘ଡାର୍ଲିଂସ’ ମା’ଝିଅଙ୍କ କାହାଣୀ ଉପରେ ଆଧାରିତ ହେବ । ଏଥିରେ ଆଲିଆ ଓ ଶାହାରୁଖଙ୍କ ବ୍ୟତୀତ ଶେଫାଳି ଶାହା, ବିଜୟ ବର୍ମା, ରୋଶନ ମାଥ୍ୟୁ ଲିଡ ରୋଲରେ ଦେଖାଦେବେ । ଚଳିତ ବର୍ଷ ଏହା ରିଲଜ୍ ହେବାର ଯୋଜନା ରହିଛି । ଏବେ ଏହାର ପ୍ରିକ୍ରଡକଶନ କାମ ଚାଲିଛି । ଏହା ମୁମ୍ବାଇର ଏକ ମିଡିଲ କ୍ଲାସ ଫ୍ୟାମିଲିର କାହାଣୀ ଉପରେ ଆଧାରିତ ହେବ ।

Share