ଫି’ ବଢାଇଲେ ଶାହରୁଖ!

ଅଭିନେତା ଶାହାରୁଖ ଖାନ ବଲିଉଡର ରୋମାନ୍ସ କିଙ୍ଗ୍‌ ଭାବେ ଜଣାଶୁଣା। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି ଅଭିନେତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ସମ୍ପ୍ରତି ଶାହାରୁଖ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ତାଙ୍କ ଅଭିନୀତ ‘ଯବାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଏପର୍ଯ୍ୟନ୍ତ ଭାରତୀୟ ବକ୍ସ ଅଫିସରେ ୩୬୦ କୋଟିରୁ ଅଧିକ ଆୟ କରିଛି। ବିଶ୍ୱବ୍ୟାପୀ ଫିଲ୍ମ ୭୦୦ କୋଟି ଅତିକ୍ରମ କରିବାକୁ ଯାଉଛି।
ଶାହରୁଖ ବ୍ୟାକ-ଟୁ-ବ୍ୟାକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ପ୍ରଥମେ ‘ପଠାନ’ ଏବଂ ବର୍ତ୍ତମାନ ‘ଯବାନ’ ଇତିହାସ ସୃଷ୍ଟି କରିଛି। ଶାହାରୁଖ ଖାନ ଖୁବ ଶୀଘ୍ର ରାଜକୁମାର ହିରାନୀଙ୍କ ଫିଲ୍ମ ‘ଡଙ୍କି’ରେ ନଜର ଆସିବେ। କିଙ୍ଗ ଖାନ ମଧ୍ୟ ତାଙ୍କ ଫି’କୁ ଯଥେଷ୍ଟ ବୃଦ୍ଧି କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, କିଙ୍ଗ ଖାନ ତାଙ୍କ ଆଗାମୀ ଫିଲ୍ମ ‘ଡଙ୍କି’ ପାଇଁ ୬୦% ଅଂଶଧନ ସହିତ ୧୦୦ କୋଟି ଟଙ୍କା ଆଦାୟ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ। ‘ଡଙ୍କି’ରେ ମୁଖ୍ୟ ଭୂମିକାରେ ଶାହାରୁଖ ଏବଂ ତାପସୀ ପନ୍ନୁଙ୍କ ଅଛନ୍ତି। ଏହି ଫିଲ୍ମଟି ୨୨ ଡିସେମ୍ବର ୨୦୨୩ରେ ମୁକ୍ତିଲାଭ କରିବାକୁ ଯାଉଛି।

Share