ମକ୍କାରେ ପହଞ୍ଚିଲେ ଶାହରୁଖ

ସାଉଦି ଆରବରେ ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’ର ଶୁଟିଂ ଶେଷ କରିବା ପରେ ବଲିଉଡର ବାଦଶାହା ଶାହରୁଖ ଖାନ ମକ୍କାରେ ନଜର ଆସିଛନ୍ତି। ଏହି ସମୟରେ ସେ ରିଡା ଏବଂ ଇଜାର ପିନ୍ଧିଥିବାର ଦେଖାଯାଇଥିଲା। ଶାହାରୁଖଙ୍କ ଏହି ଫଟୋ ଏବେ ଭାଇରାଲ ହୋଇଛି।
ଶାହରୁଖଙ୍କ ପୂର୍ବରୁ ଦିଲୀପ କୁମାରଙ୍କ ଠାରୁ ଅମିର ଖାନ ପର୍ଯ୍ୟନ୍ତ ଅନେକ ବଲିଉଡ ସେଲିବ୍ରିଟ ମଧ୍ୟ ହଜ୍‌ ଯାତ୍ରା କରିଛନ୍ତି। ଶାହାରୁଖ ଏହା ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ, ସେ କେବେ ତୀର୍ଥଯାତ୍ରା କରିନାହାଁନ୍ତି। ହଜ ନିଶ୍ଚିତ ଭାବରେ ମୋର ଏଜେଣ୍ଡା ଉପରେ ଅଛି। ମୁଁ ମୋ ପୁଅ ଆର୍ଯ୍ୟନ ଏବଂ ଝିଅ ସୁହାନାଙ୍କ ସହ ସେଠାକୁ ଯିବାକୁ ଚାହେଁ। ଶାହରୁଖ ମକ୍କାରେ ପୁଅଝିଅଙ୍କ ସହ ଅଛନ୍ତି ନା ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share