ଝିଅଙ୍କୁ ଟ୍ରୋଲ୍‌ କଲେ ଶାହରୁଖ

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ ‘ପଠାନ’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍‌ ପ୍ରଶଂସା କରାଯାଉଛି। ଆଜିକାଲି ଶାହରୁଖ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଏଠାରେ ସେ କେବଳ ଦର୍ଶକଙ୍କ ପ୍ରଶ୍ନର ଜବାବ ଦିଅନ୍ତି ତା’ନୁହେଁ, ଏଠାରେ ସେ ନିଜ ପିଲାମାନଙ୍କ ଥଟ୍ଟା କରିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ।
ନିକଟରେ ଶାହାରୁଖ ଝିଅ ସୁହାନାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ମଜାଦାର କମେଣ୍ଟ ଦେଇଛନ୍ତି। ସୁହାନା ଦୁବାଇର ପାମ ଜୁମିରାସ୍ଥିତ ବିଳାସପୂର୍ଣ୍ଣ ହୋଟେଲ ଆଟଲାଣ୍ଟିସ ଦି ରୟାଲର ଗ୍ରାଣ୍ଡ ଲଞ୍ଚରୁ ନିଜର କିଛି ଫଟୋ ଶେୟାର କରିଛନ୍ତି। କଳା ପୋଷାକରେ ସୁହାନା ବହୁତ ସୁନ୍ଦର ଦେଖାଯାଉଥିଲେ। ପ୍ରଶଂସକମାନେ ସୁହାନାଙ୍କ ଫଟୋକୁ ପସନ୍ଦ କରିଥିଲେ, କିନ୍ତୁ ଶାହାରୁଖ ଖାନ ତାଙ୍କ ମନ୍ତବ୍ୟ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ।
ସୁହାନାଙ୍କ ଫଟୋ ଉପରେ କମେଣ୍ଟ ଦେଇ ଶାହରୁଖ କହିଛନ୍ତି, ବେବି ବହୁତ ସୁନ୍ଦର…ଘରେ ପିନ୍ଧୁଥିବା ପାଇଜାମାର ବିପରୀତ। ତାଙ୍କ ପିତାଙ୍କ କମେଣ୍ଟର ଉତ୍ତରରେ ସୁହାନା ହସି ଦେଇ କହିଥିଲେ ଧନ୍ୟବାଦ।
ଏହା ପ୍ରଥମ ଘଟଣା ନୁହେଁ, ଶାହାରୁଖ ପ୍ରାୟତଃ ସୁହାନାଙ୍କ ଫଟୋ ଉପରେ କମେଣ୍ଟ ଦିଅନ୍ତି। ଗତ ବର୍ଷ ଦୀପାବଳିରେ ସେ ସୁହାନାଙ୍କ ଶାଢି ପିନ୍ଧିଥିବା ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଥିଲେ, କ’ଣ ତୁମେ ନିଜେ ଶାଢି ପିନ୍ଧିଛ।

 

Share