ମୁମ୍ବାଇ: ବଲିଉଡ୍ ବାଦ୍ଶାହା କୁହାଯାଉଥିବା ଶାହାରୁଖ୍ ଖାନ୍ ଯେ ଛୋଟ ଘଟଣାରେ ଡରନ୍ତି ଏକଥା ଶୁଣିଲେ ଟିକେ ଅଡୁଆ ଲାଗେ। ମାତ୍ର ଏହା ସତ। ଏକଥା ଆମେ କହୁନୁ। ଖୋଦ୍ ଶାହାରୁଖ ଏକଥା ଏକ ଶୋ’ରେ ପ୍ରକାଶ କରିଛନ୍ତି।
୨୦୦୨ ମସିହାରେ ଯେତେବେଳେ ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମ ‘ଦେବଦାସ’ରେ ଅଭିନୟ କରୁଥିଲେ ସେହି ସମୟରେ ଘଟିଥିଲା। ଏହି ଫିଲ୍ମରେ ଶାହାରୁଖ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ଅଭିନୟ କରୁଥିଲେ। ଫିଲ୍ମରେ ଏକ ଦୃଶ୍ୟ ଥିଲା କି ଐଶ୍ୱର୍ଯ୍ୟା ଦୋଳିରେ ବସିଥିବା ବେଳେ ଶାହାରୁଖ ତାଙ୍କ ହାତ ଧରିବେ। ମାତ୍ର ଶାହାରୁଖ ଏତେ ମାତ୍ରାରେ ଡରି ଯାଇଥିଲେ ଯେ ସେ ଐଶ୍ୱର୍ଯ୍ୟାୟଙ୍କ ହାତ ଛାଡ଼ି ଦେଇଥିଲେ। ସେ କହିଥିଲେ, ମୁଁ ଝୁଲିବାକୁ ବହୁତ ଡରୁଥିଲି। ଏହି ଦୃଶ୍ୟର ଶୁଟିଂ ସମୟରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଫଳରେ ସିନ୍ଟିକୁ ବାରମ୍ବାର ଶୁଟ୍ କରିବାକୁ ପଡୁଥିଲା।
‘ଦେବଦାସ’ ଫିଲ୍ମରେ ଶାହାରୁଖ ଦେବଦାସ ଭୂମିକାରେ ଅଭିନୟ କରିଥିବା ବେଳେ ଐଶ୍ୱର୍ଯ୍ୟା ପାରୋ ଭୂମିକାରେ ଅଭିନୟ କରିଥିଲେ। ଏଥିସହିତ ଏହି ଫିଲ୍ମରେ ମାଧୁରୀ ଦୀକ୍ଷିତ୍, ଜ୍ୟାକି ଶ୍ରଫ୍ ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମଟି ସୁପରହିଟ୍ ହୋଇଥିଲା।