Advertisement

ବଲିଉଡରୁ ଅବସର ନେବେ ଶାହାରୁଖ!

ମୁମ୍ବାଇ,୩୦।୯: ବଲିଉଡର କିଙ୍ଗ ଶାହାରୁଖ ଖାନ ଦୀର୍ଘ ଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନ ଦେଇଆସୁଥିଲେ। ତାଙ୍କୁ ବଲିଉଡର ଶେଷ ସୁପରଷ୍ଟାର ଭାବେ ବିବେଚନା କରାଯାଏ। ପ୍ରଶଂସକମାନେ ଶାହାରୁଖଙ୍କୁ କିଙ୍ଗ ଖାନ ବୋଲି ମଧ୍ୟ ସମ୍ବୋଧନ କରନ୍ତି। ସମ୍ପ୍ରତି ଶାହାରୁଖ ଖାନ IIFA ପୁରସ୍କାର (IIFA ପୁରସ୍କାର ୨୦୨୪) ରେ ଯୋଗ ଦେଇଥିଲେ। ଆବୁଧାବିରେ ଆୟୋଜିତ ହିନ୍ଦୀ ସିନେମାର ଏହି ଲୋକପ୍ରିୟ ପୁରସ୍କାର ଶୋ’ରେ ଶାହାରୁଖ ନିଜର ଯାଦୁ ଦେଖାଇଥିଲେ। ସେଠାରେ ସେ କେବଳ ଷ୍ଟେଜରେ ପରଫରମାନ୍ସ କରିନାହାଁନ୍ତି ବରଂ ତାଙ୍କର ଅବସର ଯୋଜନା ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। ଶାହାରୁଖ ଅଭିନେତା ଭିକି କୌଶଲଙ୍କ ସହ ଏହି ଆଓ୍ବାର୍ଡ ଶୋ’କୁ ହୋଷ୍ଟ କରିଥିଲେ।

ଆଇଫାର ଇନଷ୍ଟାଗ୍ରାମ ପେଜରେ ଶେୟାର ହୋଇଥିବା ଭିଡିଓରେ ଶାହାରୁଖ ଖାନ ଏବଂ ଭିକି କୌଶଲ କଳା ରଙ୍ଗର ସୁଟରେ ‘ଓ ଆଣ୍ଟାବା’ରେ ଜୋରସୋରରେ ନାଚୁଛନ୍ତି। ଶାହାରୁଖ ସାମନ୍ଥା ଭୂମିକାରେ ଅଭିନୟ କରିଛନ୍ତି ଏବଂ ଭିକି ନକଲି ପୁଷ୍ପରାଜଙ୍କ ଅବତାର ନେଇଛନ୍ତି। ଉଭୟଙ୍କ ସିଜଲିଂ ଡ୍ୟାନ୍ସ ଦେଖିବା ପରେ ସମସ୍ତେ ହସିବାକୁ ଲାଗିଲେ। କିଙ୍ଗ ଖାନ ଭିକି କୌଶଲଙ୍କ ଉପରେ ଲଟକି ଯାଉଥିଲେ ଏବଂ ସାମନ୍ତଙ୍କ ଷ୍ଟେପ୍ସର ନକଲ କରି ଏକ ଫନି ଡ୍ୟାନ୍ସ କରୁଥିଲେ।
ଏହା ବ୍ୟତୀତ ଶାହାରୁଖ ଏବଂ ଭିକି ମିଶି ‘ମେରେ ମେହବୁବ ମେରେ ସନମ’ରେ ଏକାଠି ଡ୍ୟାନ୍ସ କରିଥିଲେ। ଉଭୟଙ୍କ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି। ଭିକି କୌଶଲ କିଙ୍ଗ ଖାନଙ୍କ ସହ ମଞ୍ଚ ଶେୟାର କରିବାକୁ ଏକ ସ୍ବପ୍ନ ବୋଲି ବର୍ଣ୍ଣନା କରିଛନ୍ତି।
ଆଓ୍ବାର୍ଡ ଶୋ’ରେ ଶାହାରୁଖ ଖାନ ମୁଭି ଯବାନ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପାଇଥିଲେ। ସେ ମଞ୍ଚକୁ ଯାଇ ମଣି ରତ୍ନମଙ୍କ ପାଦ ଛୁଇଁ ପୁରସ୍କାର ଗ୍ରହଣ କରିଥିଲେ। ଆହୁରି ମଧ୍ୟ କରଣ ଜୋହରଙ୍କ ଅବସର ନେବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଲିଜେଣ୍ଡ କେବେ ବି ଅବସର ନିଅନ୍ତି ନାହିଁ, ସେ ଏହି ପ୍ରସଙ୍ଗରେ ମହେନ୍ଦ୍ର ସିଂ ଧୋନିଙ୍କ ପରି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share