ଶାହରୁଖଙ୍କୁ ଓ୍ବାଇ+ ସୁରକ୍ଷା

ମୁମ୍ବାଇ,୯।୧୦: ବଲିଉଡ ତାରକା ଶାହାରୁଖ ଖାନଙ୍କ ହତ୍ୟା ଧମକ ମିଳିବାେ ପରେ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ତାଙ୍କ ଉପରେ ଆସୁଥିବା ବିପଦକୁ ବିଚାର କରି ମୁମ୍ବାଇ ପୋଲିସ ଶାହାରୁଖ ଖାନଙ୍କୁ ଓ୍ବାଇ + ସୁରକ୍ଷା ଦେଇଛି।
ମୁମ୍ବାଇ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଶାହାରୁଖ ଖାନ ରାଜ୍ୟ ସରକାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ ‘ପଠାନ’ ଏବଂ ‘ଜୱାନ’ ଚଳଚ୍ଚିତ୍ର ପରେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଛି। ଏହା ପରେ ମହାରାଷ୍ଟ୍ର ସରକାର ତାଙ୍କ ସୁରକ୍ଷାକୁ ଓ୍ବାଇ + କୁ ବୃଦ୍ଧି କରିଛନ୍ତି।
ଶାହରୁଖ ଖାନଙ୍କୁ ମୁମ୍ବାଇ ପୋଲିସ ଯୋଗାଇ ଦେଇଥିବା ଓ୍ବାଇ + ସୁରକ୍ଷାରେ ୨୪ ଘଣ୍ଟା ୬ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ୫ଟି ଅସ୍ତ୍ରଶସ୍ତ୍ର ଶାହରୁଖଙ୍କ ଜଗି ରହିବେ। ଶାହାରୁଖ ଅଣ୍ଡରୱାଲର୍‌ଡ ଏବଂ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଅଛନ୍ତି। ଏହା ପୂର୍ବରୁ କେବଳ ଦୁଇଜଣ ପୋଲିସ ତାଙ୍କ ସୁରକ୍ଷା ଅଧୀନରେ ଥିଲେ। ଶାହାରୁଖ ଖାନ ନିଜେ କିଙ୍ଗ ଖାନଙ୍କ ଓ୍ବାଇ + ସୁରକ୍ଷା ଖର୍ଚ୍ଚ ବହନ କରିବେ। ଗତ
ଗତ ବର୍ଷ ପ୍ରାରମ୍ଭରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଓ୍ବାଇ + ସୁରକ୍ଷା ଯୋଗାଇ ଦିଆଯାଇଥିଲା।

Share