ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଶାହାରୁଖଙ୍କ ଝିଅ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ଝିଅ ସୁହାନାଙ୍କୁ ଦେଖିବାକୁ ମିଳିଛି। ସେ ଲଣ୍ଡନରୁ ଫେରିଛନ୍ତି। ଏବେ ତାଙ୍କୁ ବହୁତ ଟ୍ରୋଲ୍‌ କରାଯାଉଛି। ସୁହାନା ଏକ ଧଳା ରଙ୍ଗର ଖୋଲା ଏବଂ ଟ୍ରାନ୍ସପରେଣ୍ଟ ପ୍ୟାଣ୍ଟ ପିନ୍ଧିଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ୍‌ କରିଛନ୍ତି।

ମାତ୍ର ୧୪ ଘଣ୍ଟା ମଧ୍ୟରେ ସୁହାନାଙ୍କ ଏହି ଭିଡିଓ ୬୦ ହଜାରରୁ ଅଧିକ ଲାଇକ୍‌ ପାଇଛି। ଭିଡିଓରେ ୩୩୮ରୁ ଅଧିକ କମେଣ୍ଟ ମିଳିଛି। ଜଣେ ଟ୍ରଲର ଲେଖିଛନ୍ତି, କଣ? ଏହା ହେଉଛି ଏକ ପ୍ରକାରର ପୋଷାକ। ତା’ପରେ ଆଉ ଜଣେ ଲେଖିଛନ୍ତି, ହଲିଉଡ୍‌ର ଟ୍ରେଣ୍ଡ୍‌ ବଲିଉଡ୍‌ରେ ପହଞ୍ଚିଛି। ପୋଷାକ ପିନ୍ଧି ସବୁକିଛି ଦେଖାନ୍ତୁ। ସେହିପରି ଆଉ ଜଣେ ଲେଖିଛନ୍ତି,‘ଏହିମାନେ ନିଜକୁ ସୁପରଷ୍ଟାର ଭାବି ନିଅନ୍ତି।

Share