୨୫ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର,୨୧ା୪: ଆସନ୍ତା ୨୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ଭାଜପାର ଉପସଭାପତି ଗୋଲକ ମହାପାତ୍ର। ୨୫ ତାରିଖ ଅପରାହ୍ନରେ ଶାହା ସୋନପୁରରେ ପହଞ୍ଚି ଏକ ସମାବେଶରେ ସମ୍ବୋଧନ ଦେବେ। ପରେ ଭୁବନେଶ୍ୱରରେ ଭାଜପା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ନିର୍ବାଚନୀ ରଣନୀତି ନେଇ ସେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Share