Categories: ଜାତୀୟ

ଶାହନଓ୍ବାଜ୍‌ ହୁସେନଙ୍କ ଅଡ଼ୁଆ ବଢିଲା

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀର ଏକ କୋର୍ଟ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସୟଦ ଶାହନଓ୍ବାଜ୍‌ ହୁସେନଙ୍କ ଅଡୁଆ ବଢିଛି। ବଳାତ୍କାର ଓ ଆପରାଧିକ ଧମକ ମାମଲା ଅଭିଯୋଗରେ ତାଙ୍କୁ ଡକାଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଅକ୍ଟୋବର ୨୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ଭାରତୀୟ ଅପରାଧ ସଂହିତା (ଆଇପିସି)ର ଧାରା ୩୭୬ (ବଳାତ୍କାର) ଏବଂ ୫୦୬ (ଆପରାଧିକ ଧମକ) ସମେତ ବିଭିନ୍ନ ଦଣ୍ଡ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ବିଚାରପତି କହିଛନ୍ତି। ତେଣୁ ଅଭିଯୁକ୍ତ ସୟଦ ଶାହନୱାଜ ହୁସେନଙ୍କୁ ପରବର୍ତ୍ତୀ ଶୁଣାଣି ତାରିଖ ପାଇଁ ସମ୍ପୃକ୍ତ ପୋଲିସ ଷ୍ଟେଶନ ଜରିଆରେ ଡକାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Share