ଶାହାବାଜ୍‌ ଶରିଫ୍‌ଙ୍କ ୩୪ ମନ୍ତ୍ରୀ ନେଲେ ଶପଥ…

ଇସଲାମାବାଦ, ୧୯।୪ : ଇସଲାମାବାଦର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଡ. ଆରିଫ୍‌ ଆଲଓ୍ବି ଶପଥ ପାଠ କରାଇବାକୁ ସୋମବାର ମନା କରିବାରୁ ସିନେଟ ଅଧ୍ୟକ୍ଷ ସାଦିକ୍‌ ସଞ୍ଜରାନିଙ୍କ ଦ୍ୱାରା ମଙ୍ଗଳବାର ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ପିଏମଏଲ-ଏନ୍‌ ଏବଂ ସହଯୋଗୀ ପାର୍ଟିଙ୍କର ୩୪ ଜଣ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି।

ସେମାନଙ୍କ ମଧ୍ୟରେ ୩୧ ଜଣ ଫେଡେରାଲ ମନ୍ତ୍ରୀ, ୩ ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ ୩ ଜଣ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ରହିଛନ୍ତି।

ସେମାନଙ୍କ ମଧ୍ୟରେ ପିଏମଏଲ-ଏନ୍‌ ର ୧୪ ଜଣ ସଦସ୍ୟ, ପିପିପି ର ୯ ଜଣ ସଦସ୍ୟ, ଜେୟୁଏଲ୍‌ର ୪ ଜଣ ସଦସ୍ୟ, ଏମ୍‌କ୍ୟୁଏମ୍‌ର ୨ ଜଣ ସଦସ୍ୟ ଏବଂ ପିଏମଏଲ-କ୍ୟୁର ଜଣେ ଏବଂ ଜମହୁରି ଓ୍ବତନ ପାର୍ଟିର ଜଣେ ସଦସ୍ୟ ଅଛନ୍ତି।

Share