‘ଭୋଟ୍‌ ଦେବା ବେଳେ ଇମ୍ରାନଙ୍କ ଦୁର୍ନୀତି, ଆର୍ଥିକ ବିପର୍ଯ୍ୟୟ କଥା ମନେ ପକାଇବ’

ଇସଲାମାବାଦ,୧୭ା୭:  ପାକିସ୍ତାନର ପଞ୍ଜାବରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପଞ୍ଜାବର ୨୦ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରବିବାର ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ତୁମେ ଭୋଟ ଦେବା ପୂର୍ବରୁ ଇମ୍ରାନ ଖାନଙ୍କ ନେତୃତ୍ୱରେ ପିଟିଆଇ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଆର୍ଥିକ ବିପର୍ଯ୍ୟୟ, ଦୁର୍ନୀତି, ସୁରକ୍ଷା ଏବଂ ମାଫିଆ ବିନାଶ ବିଷୟରେ ଟିକେ ଚିନ୍ତା କରିବ। ସେ କହିଛନ୍ତି, ପିଟିଆଇ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ ନିଜ ଲକ୍ଷ୍ୟସ୍ଥଳରୁ ଦୂରେଇ ଯାଇଛି। ତୁମ ଭୋଟ ମାଧ୍ୟମରେ ଏହାକୁ କହିବାକୁ ପଡ଼ିବ।

ସୂଚନାଯୋଗ୍ୟ, ପଞ୍ଜାବର ୨୦ଟି ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନରେ ୪୫ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି। ଆଜି ସକାଳ ୮ରୁ ଭୋଟଦାନ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ପାକିସ୍ତାନର ପଞ୍ଜାବରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share